ଆସନ୍ତାକାଲିରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଫେବୃଆରୀ ୧୭ ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ୨ ଟି ପର୍ଯ୍ୟାୟରେ ଚାଲିବ ବଜେଟ ଅଧିବେଶନ। ଏଥର ବିଧାନସଭା ଜଗିବେ ବ୍ଲାକ କମାଣ୍ଡୋ। ପୋଲିସ କମିଶନର୍ ଏସ୍ ଦେବଦତ୍ତ ସିଂ ଏ ନେଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ସୁରକ୍ଷାର ତଦାରଖ କରୁଛନ୍ତି ସିପି ଓ ବରିଷ୍ଠ ପୋଲିସ ଅଧିକାରୀ। ଚଳିତ ଅଧିବେଶନ କଡ଼ା ସୁରକ୍ଷା ବଳୟରେ ରହିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ଗୋଟିଏ ସ୍ପେସାଲ୍ ଟାକ୍ଟିକାଲ ୟୁନିଟ୍ ନିୟୋଜିତ ହେବେ। ୮ଜଣ ଅତିରିକ୍ତ ଡିସିପି, ୨୪ଜଣ ଏସିପି,୧୧୦ ଜଣ ଏସଆଇ ,୨୭ଜଣ ଇନସ୍ପେକ୍ଟର ଏବଂ ୫୫ଜଣ ମହିଳା କନଷ୍ଟେବଳ ସୁରକ୍ଷାରେ ନିୟୋଜିତ ହେବେ। ଡଗ ସ୍କ୍ୱାଡ୍ ସହ ଫାୟାର ୟୁନିଟ ଓ ଆମ୍ବୁଲାନ୍ସ ମୁତୟନ ହେବ । ରୁଫ୍ ଟପ୍ ସିକୁରିଟ ମଧ୍ୟ ଆୟୋଜିତ ହେବେ ।














