ଭାରତୀୟ ବାୟୁସେନାର ଏକ ତେଜସ ଲଢୁଆ ବିମାନ ବ୍ରେକ ଫେଲ୍ ହେବାରୁ ଏୟାରବେସ ରନୱେରୁ ଆଗକୁ ଖସି ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ବିମାନର ବହୁତ କ୍ଷତି ଘଟିଛି ଓ ବିମାନର ପାଇଲଟ୍ ସୁରକ୍ଷିତ ଭାବେ ବିମାନରୁ ବାହାରି ପାରିଛନ୍ତି । ବିମାନ ପ୍ରଶିକ୍ଷଣ ଉଡାଣ ଭରିବା ପରେ ବେସକୁ ଫେରୁଥିଲା । ଫେବୃଆରୀ ୭ରେ ଏହି ଦୁର୍ଘଟଣା ଘଟିଥିଲା କିନ୍ତୁ ଭାରତୀୟ ବାୟୁସେନା ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇ ନଥିଲା । ତେଜସ ଜେଟ୍ ସହ ଏହା ତୃତୀୟ ଦୁର୍ଘଟଣା ଅଟେ । ପ୍ରଥମେ ୨୦୨୪ରେ ଜୈସଲମେର ନିକଟରେ ଏକ ତେଜସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦ୍ୱିତୀୟରେ ୨୦୨୫ରେ ଦୁବାଇ ଏୟାରଶୋରେ ପ୍ରଦର୍ଶନ ସମୟରେ ତେଜସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଜି ପର୍ଯ୍ୟନ୍ତ ୩ଟି ତେଜସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଅଛି ଏବଂ ଏହା ଭାରତୀୟ ବାୟୁସେନାର ବହୁତ୍ ବଡ କ୍ଷତି ।














