ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ । ଅପମିଶ୍ରିତ ଖାଦ୍ୟ ତାଲିକାରେ ରହିଛି ଦହି, କ୍ଷୀର, ଛେନା ,ବିସ୍କୁଟ, ମଇଦା, ସ୍ନାକ୍ସ, ଛତୁଆ, ସସ୍ , ସୋୟାବିନ, ଘିଅ, ଲହୁଣୀ ,ପାଣି ,ବ୍ରେଡ, ମସଲା , ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ହର୍ଲିକ୍ସ, ଚିନି, ଲୁଣ,ପାମ୍ପଡ,ନୁଡୁଲ୍ସ , ଚକୋଲେଟ ଆଦି ଅପମିଶ୍ରିତ ହେଉଛି। ଗୃହରେ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ୩୦ଟି ଜିଲ୍ଲାରେ କେଉଁଠି କ’ଣ ଭେଜାଲ ବିକ୍ରି ହେଉଛି ତାର ତଥ୍ୟ ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ସ୍ୱାସ୍ଥ୍ୟ ବିଭାଗ କହିଛି ଯେ କିଛି ନମୁନାରେ କ୍ଷତିକାରକ କିମ୍ବା ବିଷାକ୍ତ ପଦାର୍ଥ ପାଇଁ ପଜିଟିଭ୍ ପରୀକ୍ଷା କରାଯାଇଛି। ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ଏପରି ଅଧିକ କରାଯାଉ ଅଛି, ଯେଉଁଠାରେ ସାଧାରଣତଃ ବ୍ୟବହୃତ ହେଉଥିବା ଖାଦ୍ୟ ସାମଗ୍ରୀର ବହୁଳ ପରିମାଣରେ ଅପମିଶ୍ରିତ ଥିବା ଜଣାପଡିଛି। ଅଭିଭାବକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ମନ୍ତ୍ରୀ ପିଲାମାନଙ୍କ ବିପଦ ଉପରେ ଗୁରୁତ୍ୱାରୋପ କରି ପିତାମାତାଙ୍କୁ ନାମୀଦାମୀ ବ୍ରାଣ୍ଡର ଖାଦ୍ୟ ସାମଗ୍ରୀ ଓ ପୁଷ୍ଟିକର ପାନୀୟ କିଣିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଅପମିଶ୍ରଣ,ବର୍ତ୍ତମାନ କେବଳ ଅନିୟନ୍ତ୍ରିତ କିମ୍ବା ଖୋଲା ଉତ୍ପାଦ ନୁହେଁ, ପ୍ୟାକେଜ୍ ହୋଇଥିବା, ବ୍ରାଣ୍ଡେଡ୍ ସାମଗ୍ରୀ ପର୍ଯ୍ୟନ୍ତ ବ୍ୟାପି ଅଛି। ମନ୍ତ୍ରୀ କହିଛନ୍ତି ଯେ,ସ୍ୱାସ୍ଥ୍ୟ ବିଭାଗ ଏହିସବୁ ସମସ୍ୟାର ସମାଧାନ ଏବଂ ଜନସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା ପାଇଁ ତଦାରଖ କରିବା ସହ ଚଢାଉ ମଧ୍ଯ କରୁଅଛି ।

LEAVE A REPLY

Please enter your comment!
Please enter your name here