ମଙ୍ଗଳବାର PM ଙ୍କ ନୂତନ ସେବା ତୀର୍ଥ ରେ ଅନୁଷ୍ଠିତ ପ୍ରଥମ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ, ମୋଦି କେରଳ ରାଜ୍ୟର ନାମକୁ କେରଳମ କରିବା ପାଇଁ କେରଳ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । କେରଳ ବିଧାନସଭା ୨୦୨୪ରେ ଏକ ପ୍ରସ୍ତାବ ଗୃହୀତ କରିଥିଲା, ଯେଉଁଥିରେ କେନ୍ଦ୍ର ସରକାରଙ୍କୁ ରାଜ୍ୟର ନାମ ଆନୁଷ୍ଠାନିକ ଭାବରେ କେରଳମରେ ପରିବର୍ତ୍ତନ କରିବାକୁ ଅନୁରୋଧ କରାଯାଇଥିଲା। ଗୃହ ମନ୍ତ୍ରଣାଳୟର ପରାମର୍ଶ ପରେ ପ୍ରସ୍ତାବଟି ଗୃହୀତ ହୋଇଥିଲା । ବିଧାନସଭାର ପ୍ରସ୍ତାବ ପରେ, ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍ ରାଜ୍ୟର ନାମ କେରଳରୁ କେରଳମକୁ ପରିବର୍ତ୍ତନ କରିବାକୁ ମଞ୍ଜୁରୀ ଦେଇଛି। କେରଳମର ଅର୍ଥ ହେଉଛି ମାଲାୟଲମ ଭାଷାର ମୂଳ ରୂପ। ରାଜ୍ୟର ଲୋକମାନେ ଏହାକୁ କେବଳ ନିଜ ଭାଷାରେ କେରଳମ ଭାବରେ ଉଚ୍ଚାରଣ କରନ୍ତି। କେରଳମର ଉତ୍ପତ୍ତି ବିଷୟରେ ଭିନ୍ନ ଭିନ୍ନ ମତ ରହିଛି। ଗୋଟିଏ ମତ ଅନୁଯାୟୀ ଏହା ପ୍ରାଚୀନ ଚେର ରାଜବଂଶର ଚେରାମ ସହିତ ଜଡିତ। ପ୍ରଥମ ମାଲାୟଲମ-ଇଂରାଜୀ ଅଭିଧାନ ସଂକଳନ କରିଥିବା ଜର୍ମାନ ବିଦ୍ୱାନ ଡକ୍ଟର ହର୍ମନ ଗୁଣ୍ଡର୍ଟ “କେରମ” ଶବ୍ଦକୁ “ଚେରାମ” ର ଏକ ପ୍ରକାର ଭାବରେ ଚିହ୍ନଟ କରିଥିଲେ ଏବଂ କେରଳମ ସହିତ ଜଡିତ କରିଥିଲେ। ଆଉ ଗୋଟେ ଅର୍ଥ ହେଉଛି କେରଳମ ଶବ୍ଦ କେରା ରୁ ଆସିଛି, ଯାହାର ଅର୍ଥ ହେଉଛି ନଡ଼ିଆ ଗଛ। ଯେହେତୁ କେରଳରେ ନଡ଼ିଆ ଗଛ ପ୍ରଚୁର ପରିମାଣରେ ଅଛି, ଏହାକୁ “ନଡ଼ିଆର ଦେଶ” ଭାବରେ ମଧ୍ୟ ବ୍ୟାଖ୍ୟା କରାଯାଏ।

LEAVE A REPLY

Please enter your comment!
Please enter your name here