ପାରାଦୀପ ତାରେଣୀଗଡାର ମର୍ଡର ମିଷ୍ଟ୍ରି ଉପରୁ ପରଦା ଉଠାଇଛି ପୋଲିସ । ଯୁବତୀ କିଭଳି ଯୁବକ ଜଣଙ୍କ ଉପରେ ଭରସା କରି ଜୀବନ ହରାଇଲେ ସେସବୁର ପର୍ଦ୍ଦା ଫାସ କରିଛି ପୋଲିସ। ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଫେବ୍ରୁଆରୀ ୨୨ ରେ ଯୁବତୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କୁ ଭେଟିବାକୁ ଘରୁ ବାହାରିଥିଲେ ଓ ପ୍ରେମିକ ସୋମନାଥଙ୍କ ସହ ସାରଳା ମନ୍ଦିର ଯାଇ ମାଆଙ୍କ ଦର୍ଶନ କରିଥିଲେ । ବିବାହ ନେଇ ଆଲୋଚନା ପରେ ଉଭୟ ଫେରୁଥିଲେ । ସୋମନାଥଙ୍କ ସହ ଯୁବତୀ ଏକାକୀ ଥିବାରୁ ଏକ ଏକାନ୍ତ ସ୍ଥାନକୁ ନେଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା ଓ ଦୁଷ୍କର୍ମ ପରେ ଯୁବତୀଙ୍କୁ ଅସହାୟ ଅବସ୍ଥାରେ ରାହାମା ବସ୍ ଷ୍ଟାଣ୍ଡ ନିକଟରେ ଛାଡ଼ି ଦେଇ ପଳାଇ ଯାଇଥିଲା ପ୍ରେମିକ ସୋମନାଥ । ଯୁବତୀ ଜଣଙ୍କ ଅସହାୟ ହୋଇ ରାହାମା ବସ୍ ଷ୍ଟାଣ୍ଡ ନିକଟରେ ବୁଲୁଥିବା ବେଳେ ସେହି ବାଟ ଦେଇ ବାଇକ୍‌ରେ ଯାଉଥିଲେ ଝାଡ଼ଖଣ୍ଡର ଶୁଭମ ସିଂହ । ଶୁଭମ ଏକାକୀ ଛିଡ଼ା ହୋଇଥିବା ଯୁବତୀଙ୍କୁ ଦେଖି, ପାରାଦୀପରେ ଛାଡ଼ି ଦେବେ ବୋଲି କହିଥିଲେ । ବସ୍ ଷ୍ଟାଣ୍ଡ ନିକଟରୁ ଲିଫ୍ଟ ଦେବାପରେ, ଶୁଭମ ଯୁବତୀଙ୍କୁ ସୁରକ୍ଷିତ ସ୍ଥାନରେ ଛାଡ଼ିବା ପରିବର୍ତ୍ତେ ରହୁଥିବା ଭଡ଼ାଘରର ଛାତ ଉପରକୁ ନେଇ ଯାଇଥିଲେ । ସେଠାରେ ରାତି ତମାମ୍ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ । ଯୁବତୀ ଜଣକ ପ୍ରତିବାଦ କରିବାରୁ, ଦୁଷ୍କର୍ମ ପ୍ରମାଣ ଲୁଚାଇବାକୁ ଯାଇ ଯୁବତୀଙ୍କୁ ୪ ମହଲା ଛାତ ଉପରୁ ତଳକୁ ଠେଲି ଦେଇଥିଲା ଶୁଭମ ।ଏହି ଘଟଣାରେ ପୋଲିସ ଯୁବତୀଙ୍କ ପୁରୁଷ ବନ୍ଧୁ ସୋମନାଥ ଓଝାଙ୍କ ସହ ଝାଡ଼ଖଣ୍ଡର ଶୁଭମ ସିଂହଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here