ଫୁଲବାଣୀର ବିଚ୍‌ ରାସ୍ତାରେ କନେଷ୍ଟବଳ ମନୋରଞ୍ଜନ ସାବତଙ୍କୁ ଦୁଇଜଣ ଯୁବକ ବିଚ୍‌ ରାସ୍ତାରେ ସର୍ବସାଧାରଣଙ୍କ ସାମ୍ନାରେ ଗୋଇଠା, ମୁଥା ମାରିବା ସହ ଛୁରିମାଡ଼ କରିଛନ୍ତି। ଫୁଲବାଣୀର ସାଇମନ୍ଦିର ରାସ୍ତାରେ ଘୋଷାଡ଼ି ତଳେ ପକାଇ ମାଡ଼ ମାରୁଥିବା ବେଳେ ଜନସାଧାରଣ ଥାଇ ମଧ୍ୟ କେହି ତାଙ୍କୁ ଉଦ୍ଧାର କରି ନଥିଲେ । ଦୁଇଜଣ ମଦ୍ୟପ ଯୁବକ ତାଙ୍କୁ ରାସ୍ତା ଉପରେ ପକାଇ ଗୋଇଠା ମାରିବା ସହ ତଳେ ପକାଇ ମାରିଥିଲେ । ଏହାର ଭିଡ଼ିଓ ମଧ୍ୟ ଗଣମାଧମରେ ପ୍ରସାରିତ ହେଉଅଛି। ଏନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଦୁଇ ଅଭିଯୁକ୍ତ ସନ୍ତୋଷ ପ୍ରଧାନ ଓ ଅଞ୍ଜନ ସ୍ବାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ କନେଷ୍ଟବଳ ମନୋରଞ୍ଜନଙ୍କ ସହ କୌଣସି କାରଣକୁ ନେଇ ଦୁଇ ଯୁବକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା ଓ ଉଭୟ ମନୋରଞ୍ଜନଙ୍କୁ ଗଳାଧକ୍କା ଦେଇ ତଳେ ପକାଇଦେଇଥିଲେ। ମାଡ଼ ମାରିବା ସହ ତାଙ୍କୁ ଛୁରିରେ ବି ଆକ୍ରମଣ କରିଥିଲେ । କିଛି ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ମନୋରଞ୍ଜନଙ୍କୁ ଉଦ୍ଧାର କରି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଏହି ଘଟଣା ପରେ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟକୁ ସୁରକ୍ଷା ଦେବା ପାଇଁ ନିୟୋଜିତ ପୁଲିସ କର୍ମଚାରୀଙ୍କ ଉପରେ ସର୍ବସାଧାରଣଙ୍କ ସାମ୍ନାରେ ଏଭଳି ମରଣାନ୍ତକ ଆକ୍ରମଣ ଘଟଣା ଏବେ ପୁଲିସର ସୁରକ୍ଷା ଉପରେ ପ୍ରଶ୍ନବାଚୀ ଲଗାଇଛି। ଏହି ଘଟଣା ପରେ ସହରରେ ମଦ୍ୟପ ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନାଗରିକ।

LEAVE A REPLY

Please enter your comment!
Please enter your name here