ଆମେରିକା-ଇସ୍ରାଏଲ୍ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ହେବାପରେ, ଅୟାତୁଲ୍ଲା ଅଲିରେଜା ଅରାଫିଙ୍କୁ ଇରାନର ଅନ୍ତରୀଣ ସର୍ବୋଚ୍ଚ ନେତା କରାଯାଇଛି । ଅରାଫିଙ୍କ ବୟସ ହେଉଛି ୬୭ ବର୍ଷ ,ସେ ହେଉଛନ୍ତି ଖାମେନେଇଙ୍କ ଜଣେ ଘନିଷ୍ଠ ସହଯୋଗୀ । ଅରାଫି ଆସେମ୍ବଲି ଅଫ୍ ଏକ୍ସପର୍ଟ୍ସର ଉପାଧ୍ୟକ୍ଷ ଅଛନ୍ତି, ଯିଏ କି ଇରାନର ସର୍ବୋଚ୍ଚ ନେତାଙ୍କୁ ନିଯୁକ୍ତି ଦିଅନ୍ତି । ସେ ଦୀର୍ଘ ବର୍ଷରୁ ଇରାନର ଧାର୍ମିକ ଓ ରାଜନୈତିକ ବ୍ୟବସ୍ଥାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ଅରାଫିଙ୍କ ପିତା ଅୟାତୁଲ୍ଲା ମହମ୍ମଦ ଇବ୍ରାହିମ୍ ଅରାଫି ଇରାନର ଇସଲାମି ଗଣରାଜ୍ୟର ସଂସ୍ଥାପକ ଅୟାତୁଲ୍ଲା ଖୁମୈନିଙ୍କ ଘନିଷ୍ଠ ସହଯୋଗୀ ଥିଲେ ।ପୂର୍ବରୁ ଅୟାତୁଲ୍ଲା ଅଲିରେଜା ଅରାଫି ଗର୍ଜିଅନ୍ କାଉନସିଲ୍ର ସଦସ୍ୟ ଭାବେ କାମ କରୁଥିଲେ କିନ୍ତୁ ଏବେ ସେ ଇରାନର ସେମିନରି ପ୍ରଣାଳୀର ନେତୃତ୍ଵ ନେଉଛନ୍ତି । ଇରାନ୍ର ସ୍ଥାୟୀ ସର୍ବୋଚ୍ଚ ନେତାଙ୍କୁ ଆସେମ୍ବଲି ଅଫ୍ ଏକ୍ସପର୍ଟ ବାଛିବା ପର୍ଯ୍ୟନ୍ତ ଅୟାତୁଲ୍ଲା ଅଲିରେଜା ଅରାଫି ଅନ୍ତରୀଣ ଦାୟିତ୍ଵରେ ରହି କାମ କରିବେ ।














