ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ପରେ ଏବେ ବିଜେପି ମୋଟ ୧୬ଟି ଫର୍ମ କିଣିଛି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହିତ ୫ ଜଣ ବିଧାୟକ ସରୋଜ ପ୍ରଧାନ, ଆଶ୍ରିତ ପଟ୍ଟନାୟକ, ରଘୁନାଥ ଜଗଦଲା, ଦୁଷ୍ମନ୍ତ ସ୍ୱାଇଁ ଏବଂ ପ୍ରତାପ ନାୟକ ଯାଇ ବିଧାନସଭାରୁ ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ପତ୍ରର ସେଟ୍ କିଣିଛନ୍ତି । ନିର୍ବାଚନ ଅଧିକାରୀଙ୍କ ଠାରୁ ସମୁଦାୟ ୧୬ଟି ଫର୍ମ କିଣାଯାଇଛି । କେନ୍ଦ୍ର ସଂସଦୀୟ ବ୍ୟାପାର କମିଟି ନିଷ୍ପତ୍ତି ପରେ ପ୍ରାର୍ଥୀ ଘୋଷଣା କରାଯାଇ ନାମାଙ୍କନ ଦାଖଲ ହେବ ବୋଲି ସରୋଜ ପ୍ରଧାନ କହିଛନ୍ତି । ବିଜେପି ୨ ଟି ଆସନ ନେବା ସ୍ପଷ୍ଟ ଥିବାବେଳେ ଆଉ ଗୋଟିଏ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଦେଇପାରେ ବୋଲି କୁହାଯାଉଛି । ବିଜେପି ୪ ଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭା ପାଇଁ ଟିକେଟ୍ ଦେଇପାରେ ବୋଲି କୁହା ଯାଉଅଛି । ବିଜେପି କାହାକୁ ପ୍ରାର୍ଥୀ କରାଇବ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଆସନ୍ତାକାଲି ଦଳ ପ୍ରାର୍ଥୀ ଘୋଷଣା କରିପାରେ ।














