ଇରାନ ଉପରେ ଆଉ ଏକ ବଡ ହମଲା କରିଛି ଇସ୍ରାଏଲ । ସୂଚନା ଅନୁଯାୟୀ ଇସ୍ରାଏଲ ତେହରାନର ତୈଳ ଭଣ୍ଡାରକୁ ଟାର୍ଗେଟ୍ କରିଛି । ଏଥିରେ ଇରାନର ଘରୋଇ ଯୋଗାଣ ଉପରେ ବଡ ପ୍ରଭାବ ପଡିପାରେ । ଆମେରିକା ଓ ଇସ୍ରାଏଲ ଇରାନର ୧୨ରୁ ଅଧିକ ତେଲ ଟ୍ୟାଙ୍କର ଉପରେ ହମଲା କରିଛନ୍ତି । ତେହରାନର ଏକ ତୈଳ ଭଣ୍ଡାର ଉପରେ ନିଆଁ ପିଣ୍ଡୁଳା ଉଠୁଥିବା ଦେଖିବାକୁ ମିଳିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଆଗକୁ ଇରାନ ଉପରେ ଆହୁରି ବଡ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଥିଲେ।ଇସ୍ରାଏଲର ସେନା କହିଛି ଯେ, ସେମାନେ ତେହରାନରେ ଇନ୍ଧନ ଭଣ୍ଡାର ଉପରେ ହମଲା କରିଛନ୍ତି । ଏମିତି ଜଣା ପଡୁଛି. ଯୁଦ୍ଧରେ ପ୍ରଥମ ଥର କୌଣସି ଅଣ ସାମରିକ ଅଦୌଗିକି ପ୍ରତିଷ୍ଠାନ ଉପରେ ହମଲା କରିଛନ୍ତି । ତୈଳ ଭଣ୍ଡାର ଉପରେ ଆକ୍ରମଣ ନେଇ ଇରାନ ଆମେରିକା ଓ ଇସ୍ରାଏଲକୁ ଦାୟୀ କରିଛି । ଦିନକୁ ଦିନ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆହୁରି ଜଟିଳ ସ୍ଥିତି ଆଡକୁ ଗତି କରୁଛି । ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ କହିଛି ଯେ ଏହା ତେହେରାନ ଉପରେ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଇସ୍ରାଏଲର ହାଇଫାରେ ଏକ ରିଫାଇନାରୀ ଉପରେ ଆକ୍ରମଣ କରିଛି।













