ଓଡ଼ିଶାର ସୁନାମଧନ୍ୟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନାରାୟଣୀ ପଣ୍ଡାଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ଡାକ୍ତର ନାରାୟଣୀ ପଣ୍ଡା ଲୋକ ସେବକ ମଣ୍ଡଳ ସମ୍ବଲପୁର ଆଞ୍ଚଳିକ ପରାମର୍ଶଦାତା କମିଟି ସଦସ୍ୟା ଥିଲେ । ମୃତ୍ୟୁ ପୂର୍ବରୁ ସେ ନିଜର ସମସ୍ତ ସମ୍ପତି ଟ୍ରଷ୍ଟକୁ ଦାନ କରିବା ସହ ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନକୁ ଦାନ କରିଛନ୍ତି। ସମ୍ବଲପୁର ଭୁତପଡାସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ଡାକ୍ତର ନାରାୟଣୀ ପଣ୍ଡା । ବୟସ ଅଧିକ କାରଣରୁ ଦୀର୍ଘଦିନରୁ ତାଙ୍କ ଦେହ ଅସୁସ୍ଥ ରହୁଥିଲା । ଗତକାଲି ରାତିରେ ସେ ଖାଇ ସାରି ଶୋଇବା ପରେ ଆଉ ଉଠି ନ ଥିଲେ। ଆଜି ସକାଳ ୮ଟା ୪୫ରେ ଡାକ୍ତରମାନେ ପରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ୟୁ ପରେ ସମ୍ବଲପୁରରେ ଶୋକର ଛାୟା ଖେଳି ଯାଇଛି।













