ସାରାଦେଶ ଗାନ୍ଧୀଙ୍କ 150 ତମ ଜୟନ୍ତୀ ପାଳନ କରୁଥିବା ବେଳେ ବଲାଙ୍ଗୀର ସ୍କୁଲ ଓ କଲେଜର ଶିକ୍ଷକମାନେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାର ଘଣ୍ଟିଆ ଅନଶନ କରିଛନ୍ତି. ଏହି ମଞ୍ଚ ବ୍ଲକ ସ୍ତରରେ, ପଞ୍ଚାୟତ ସ୍ତରରେ ଓ ବିଧାନସଭା ସମ୍ମୁଖରେ ଧାରଣା ଦେଲା ପରେ ମଧ୍ୟ ସରକାର ଏମାନଙ୍କ ଦାବୀକୁ ଅଣଦେଖା କରୁଛନ୍ତି. ଆସନ୍ତା 3 ରୁ 8 ତାରିଖ ମଧ୍ୟରେ ବିଭିନ୍ନ ଗାଁ ଗୁଡିକରେ ଜନ ଦରବାର କାର୍ଯ୍ୟକ୍ରମ, ଶିକ୍ଷା ବିକାଶ ମଞ୍ଚ ଗଠନ ଓ ସ୍ଥାନୀୟ ବିଧାୟକମାନଙ୍କ ବାସଭବନ ଘେରାଉ କରିବାର କାର୍ଯ୍ୟକ୍ରମ ରଖାଯାଇଛି. ତେବେ ଏହା ପରେ ସରକାର ଯଦି ଦାବି ପୂରଣ ନ କରନ୍ତି, ତାହାଲେ ଆସନ୍ତା 9 ତାରିଖ ଗୋପବନ୍ଧୁ ଜୟନ୍ତୀ ଦିନ ‘ଶିକ୍ଷା ବଞ୍ଚାଅ, ଓଡିଶା ବଞ୍ଚାଅ’ ନାରାରେ ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜିବୀ, ଶିକ୍ଷାପ୍ରେମୀ ଓ ଶିକ୍ଷକ କର୍ମଚାରୀଙ୍କୁ ନେଇ ଏକ ଲକ୍ଷରୁ ଉର୍ଦ୍ଧ ଲୋକଙ୍କୁ ନେଇ ଏକ ବିଶାଳ ଜନସମାବେଶ କରାଯିବ ବୋଲି କୁହାଯାଇଛି.

LEAVE A REPLY

Please enter your comment!
Please enter your name here