ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନର ଖାର୍ଗ ଦ୍ୱୀପରେ ଆମେରିକୀୟ ସେନା ସବୁଠାରୁ ଶକ୍ତିଶାଳୀ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଇରାନର ସାମରିକ ଘାଟି ସମ୍ପୂର୍ଣ୍ଣ ଧ୍ୱଂସ ପାଇଛି କିନ୍ତୁ ତୈଳ ଭିତ୍ତିଭୂମି ବଞ୍ଚି ରହିଛି।ଟ୍ରମ୍ଫ ସୋସିଆଲ ମିଡିଆରେ ଲେଖିଛନ୍ତି, ଏବେ ମୋ ନିର୍ଦ୍ଦେଶରେ ଆମେରିକୀୟ ସେନା ମଧ୍ୟପ୍ରାଚ୍ୟ ଇତିହାସର ସବୁଠାରୁ ଶକ୍ତିଶାଳୀ ବିମାନ ଆକ୍ରମଣ କରିଛି ଏବଂ ଇରାନର ଖାର୍ଗ ଦ୍ୱୀପପୁଞ୍ଜରେ ସମସ୍ତ ସାମରିକ ଲକ୍ଷ୍ୟସ୍ଥଳକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଛି। ମୁଁ ଦ୍ୱୀପରେ ତୈଳ ଭିତ୍ତିଭୂମି ନଷ୍ଟ ନକରିବାକୁ ନିଷ୍ପତ୍ତି ନେଇଛି। ଇରାନର ଉତ୍ତର ପର୍ସିଆନ୍ ଗଲ୍ଫରେ ଅବସ୍ଥିତ ଖାର୍ଗ ଦ୍ୱୀପ, ଇରାନର ପ୍ରାୟ ୯୦% ଅଶୋଧିତ ତୈଳ ରପ୍ତାନି ପରିଚାଳନା କରୁଛି। ଏଥିରେ ପ୍ରତିଦିନ ପ୍ରାୟ ୭୦ ଲକ୍ଷ ବ୍ୟାରେଲ ତେଲ ଲୋଡ୍ କରିବାର କ୍ଷମତା ଅଛି।ରାଷ୍ଟ୍ରପତି ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି ଯେ ଯଦି ହର୍ମୁଜ୍ ପ୍ରଣାଳୀରେ ଜାହାଜଗୁଡ଼ିକର ସୁରକ୍ଷିତ ପଥ ବାଧାପ୍ରାପ୍ତ ହୁଏ ତାହାଲେ ସେ ତୁରନ୍ତ ତାଙ୍କର ନୀତିର ପୁନର୍ବିଚାର କରିବେ ଏବଂ ଏହି ରାସ୍ତା ଦେଇ ଯାଉଥିବା ଜାହାଜଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଆମେରିକା ଖୁବ୍ ଶୀଘ୍ର ଏକ ସୁରକ୍ଷା କଭର ପ୍ରଚଳନ କରିବ। ଯଦି ଇରାନ କିମ୍ବା ଅନ୍ୟ କେହି ଏହି ରାସ୍ତାରେ ହସ୍ତକ୍ଷେପ କରନ୍ତି, ମୁଁ ତୁରନ୍ତ ଏହି ନିଷ୍ପତ୍ତିର ପୁନର୍ବିଚାର କରିବି।

LEAVE A REPLY

Please enter your comment!
Please enter your name here