ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି କାଳବୈଶାଖୀରେ ତାଣ୍ଡବ। ଅପରାହ୍ମରେ ହଠାତ୍ ଅନ୍ଧାର ହୋଇ ମାଡ଼ି ଆସିଲା ତୀବ୍ର ବେଗରେ ପବନ ।କାଳବୈଶାଖୀ ଓ ଘୂର୍ଣ୍ଣିଝଡ଼ର ଭୟଙ୍କର ପ୍ରଭାବରେ କରଞ୍ଜିଆ ବ୍ଲକର କଙ୍କଡ଼ା ଗାଁରେ ବର୍ଷା ପବନରେ ଏକ ଯାତ୍ରୀବାହୀ ଅଟୋ ପୋଖରୀକୁ ଖସି ପଡ଼ିଛି । ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ନିଆଯାଇଛି ।କରଞ୍ଜିଆ ବ୍ଲକର ବିଭିନ୍ନ ସ୍ଥାନରେ କୁଆ ପଥର ମାଡ଼ ସହ ପ୍ରବଳ ବର୍ଷା ପବନ ହୋଇଛି ଓ ଏକାଧିକ ଘରର ଛପର ମଧ୍ୟ ଉଡ଼ି ଯାଇଛି । କାଳବୈଶାଖୀ ବର୍ଷାରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲାର ଉଦୟଗିରି ଅଞ୍ଚଳରେ ପ୍ରବଳ କୁଆ ପଥର ବର୍ଷା ହୋଇଛି । ରାଜ୍ୟରେ ପାଗ ପରିବର୍ତ୍ତନ ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା ।












