ଗତକିଛି ଦିନ ହେବ ବଢିଯାଇଥିବା ତେଲ ଦର ଯୋଗୁ ହନ୍ତସନ୍ତ ହେଉଥିବା ଦେଶର ସାଧାରଣ ଖାଉଟିଙ୍କ ପାଇଁ ଖୁସି ଖବର । କାରଣ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଛନ୍ତି କେନ୍ଦ୍ରସରକାର । ଲିଟର ପିଛା ୨ଟଙ୍କା ୫୦ ପଇସା ଶୁଳ୍କ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ପ୍ରେସମିଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ସୁଚନା ଦେଇଛନ୍ତି । ରାଜ୍ୟ ସରକାର ବି ଅଢେଇ ଟଙ୍କା ହ୍ରାସ କରିବାକୁ ସେ ଅପିଲ କରିଛନ୍ତି । ଭାଟ୍ ଅଢେଇ ଟଙ୍କା କାଟିବାକୁ ଅପିଲ କରିଛନ୍ତି ଜେଟଲୀ । ଜେଟଲୀ କହିଛନ୍ତି, ରାଜ୍ୟ ଅଢେଇ ଟଙ୍କା କାଟିଲେ ଗ୍ରାହକ ୫ଟଙ୍କା ରିହାତି ପାଇବେ । ଏହାଛଡା ତେଲ କମ୍ପାନୀମାନେ ମଧ୍ୟ ୧ଟଙ୍କା ହ୍ରାସ କରିବେ । ରାଜ୍ୟ ସରକାରମାନେ ଟିକସ ହ୍ରାସ କଲେ ସାଧାରଣ ଖାଉଟି ଉପକୃତ ହେବେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here