ବାଲେଶ୍ୱରରୁ ଉଦଘାଟିତ ହେଲା ସପ୍ତମ ତୀର୍ଥଯାତ୍ରୀ ଟ୍ରେନ । ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କରାଇବ ଏହି ଟ୍ରେନ । ଭିଡିଓ କନଫରେନ୍ସିଂ ଜରିଆରେ ସଚ୍ଚିବାଳୟରୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଟ୍ରେନ ବାଲେଶ୍ୱରରୁ ଆଗ୍ରା, ଫତେପୁର ସିକ୍ରି ଓ ମଥୁରା ଅଭିମୁଖେ ବାହାରିବ । ଭଦ୍ରକ, ଯାଜପୁର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ ଏକ ହଜାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀରେ ସାମିଲ ହେବେ । ସେମାନେ ୧୧ ତାରିଖରେ ପ୍ରତ୍ୟାବର୍ତ୍ତନ କରିବେ । ପୂର୍ବରୁ ଗତ ଏପ୍ରିଲ ମାସରେ ସମ୍ବଲପୁର ଷ୍ଟେସନରୁ ଏକ ତୀର୍ଥଯାତ୍ରା ଟ୍ରେନକୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଟ୍ରେନ ୭ଦିନ ଧରି ସିରିଡି , ନାସିକ ଓ ତ୍ରୟମ୍ବକେଶ୍ୱର ଯାତ୍ରା କରିଥିଲା । ଦାରିଦ୍ର୍ୟସୀମାରେଖା ତଳେ ଥିବା ବରିଷ୍ଠ ନାଗରିକଙ୍କୁ ସଂମ୍ପୂର୍ଣ୍ଣ ମାଗଣାରେ ଦେଶର ପ୍ରମୂଖ ତୀର୍ଥସ୍ଥଳୀ ବୁଲାଇବା ପାଇଁ ୨୦୧୬ରୁ ଏହି ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here