ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରିରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀକୁ ନେଇ ବାୟୋପିକ ନିର୍ମାଣ କରାଯାଉଛି । ଏବଂ ଏହାକୁ ଦର୍ଶକମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି । କହିବାକୁ ଗଲେ ବାୟୋପିକ ଅଡିଅନ୍ସଙ୍କ ପାଇଁ ଏକପ୍ରକାର ଟ୍ରେଣ୍ଡ ହୋଇଯାଇଛି । ହେଲେ ବର୍ତ୍ତମାନ ଜଣେ ଏସିଡ୍ ପୀଡିତାଙ୍କୁ ନେଇ ହେବାକୁ ଯାଉଛି ବାୟୋପିକ । ତେବେ ଏସିଡ ପିଡୀତା ଲକ୍ଷ୍ମୀ ଅଗ୍ରୱାଲଙ୍କୁ ନେଇ ନିର୍ଦ୍ଦେଶିକା ମେଘ୍ନା ଗୁଲଜାର ଏକ ଫିଲ୍ମ କରିବାକୁ ଯାଉଛନ୍ତି । ତେବେ ଏହି ଫିଲ୍ମରେ ଅଭିନେତ୍ରୀ ଦୀପିକା ପାଦୁକୋନ ସାଇନ କରିଥିବା ସୁଚନା ମିଳିଛି । ଏହି ଫିଲ୍ମରେ କେବଳ ଲିଡ ରୋଲରେ ଅଭିନୟ କରିବେନି ଦୀପିକା ବରଂ ତାର ପ୍ରଯୋଜନା ଦାୟିତ୍ୱ ମଧ୍ୟ ନିଜେ ସମ୍ଭାଳିବେ । ଦୀପିକା ଯେଉଁ ନୂଆ ଫିଲ୍ମରେ କାମ କରିବାକୁ ଯାଉଛନ୍ତି , ତାହା ଏସିଡ ଆକ୍ରମଣ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ଆଧାରିତ । ଏହି ଫିଲ୍ମରେ ଲକ୍ଷ୍ମୀ ଅଗ୍ରୱାଲଙ୍କ ଭୂମିକା ନିଭାଇବେ ଦୀପିକା ପାଦୁକୋନ ।
ନାମକରଣ ହୋଇନଥିବା ଫିଲ୍ମର ନିର୍ଦ୍ଦେଶନା ଦେବେ ମେଘ୍ନା ଗୁଲଜାର । ଦୀପିକା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଏହାର କାହାଣୀ ଶୁଣିବା ମାତ୍ରେ ତାଙ୍କ ଆଖିରୁ ଲୁହ ଝରିଥିଲ ଓ ହୃଦୟ ଥରି ଯାଇଥିଲା । ଏହା କେବଳ ହିଂସା ନୁହେଁ ବରଂ ସାହାସ, ବିଜୟ ସଂଘର୍ଷର କାହାଣୀ ହୋଇଥିବାରୁ ମୁଁ ଏହି ଫିଲ୍ମ କରିବାକୁ ରାଜି ହୋଇଗଲି । ଲକ୍ଷ୍ମୀ ଅଗ୍ରୱାଲଙ୍କ ସାହାସ ଓ ଷ୍ଟାପସେଲ ଏସିଡ କାର୍ଯ୍ୟକ୍ରମର ପ୍ରଶଂସା କରିଛନ୍ତି ଦୀପିକା । ଏଭଳି ଚରିତ୍ର ନିଭାଇବାକୁ ଯାଉଥିବାରୁ ନିଜକୁ ଗୌରବନ୍ନିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here