ଏଥର ଖରାଛୁଟିରେ ପାଠପଢା ଶିଶୁବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଘରେ ବସି ଶିକ୍ଷାଦାନ ପାଇଁ ନୂଆ ପଦକ୍ଷେପ ନିଆଯାଇଛି। Odisha School Education Programme Authority ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଚିଠି ଜାରି ହୋଇଛି। ଏହି ବ୍ୟବସ୍ଥା ଅନୁଯାୟୀ, ଅଭିଭାବକଙ୍କ WhatsApp ଜରିଆରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯିବ। ଶ୍ରେଣୀ ଅନୁସାରେ ସମର ଲର୍ଣ୍ଣିଂ ବ୍ୟବସ୍ଥା ପାଇଁ ଆସାଇନମେଣ୍ଟ ପଠାଯିବା ସହିତ ଅଡିଓ ଓ ଭିଜୁଆଲ ମାଧ୍ୟମରେ ଶିକ୍ଷା ସମଗ୍ରୀ ଯୋଗାଇ ଦିଆଯିବ। ଶିକ୍ଷା ବିଭାଗ ଅନୁସାରେ, ଏହା ଓଡ଼ିଶାରେ ନୂତନ ଶିକ୍ଷା ପଦ୍ଧତିକୁ ଆଗକୁ ନେବା ସହ ଛୁଟି ସମୟରେ ଶିକ୍ଷାର ଅଭାବକୁ ପୂରଣ କରିବ। ଏହା ମାଧ୍ୟମରେ ପିଲାମାନେ ଛୁଟି ସମୟରେ ମଧ୍ୟ ପଢାରେ ଜଡିତ ରହିପାରିବେ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି। ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରତ୍ୟେକ ଶ୍ରେଣୀ ପାଇଁ ହ୍ବାଟ୍ସଆପ ଗ୍ରୁପ୍ ତିଆରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ଡିଜିଟାଲ ଶିକ୍ଷାକୁ ଆଗକୁ ନେବାକୁ ଚେଷ୍ଟା କରାଯାଉଛି। ଶିକ୍ଷକମାନେ ଅଭିଭାବକଙ୍କ ସହ ସମନ୍ୱୟ କରି ପିଲାମାନଙ୍କ ଆସାଇନମେଣ୍ଟ ସମାପ୍ତ କରାଇବେ। ଏହି ଯୋଜନାର ଖର୍ଚ୍ଚ ସମଗ୍ର ଶିକ୍ଷା ଯୋଜନାର କମ୍ପୋଜିଟ୍‌ ଗ୍ରାଣ୍ଟରୁ ବ୍ୟୟ ହେବ।

LEAVE A REPLY

Please enter your comment!
Please enter your name here