ଭାରତ ଓ ଚୀନକୁ ନେଇ ବହୁତ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରେଡିଓ କାର୍ଯ୍ୟକ୍ରମ ଆୟୋଜକ ମାଇକେଲ ସେୱେଜ ଏକ ଲେଟର ସେୟାର କରିଥିଲେ, ଯେଉଁଥିରେ ସେ ଭାରତ ଓ ଚୀନକୁ ନର୍କର ଦ୍ୱାର ବୋଲି କହିଥିଲେ । ଆଉ ଏହି ଲେଟରକୁ ପୁନଃ ସେୟାର କରିଛନ୍ତି ଟ୍ରମ୍ପ । ସେୱେଜ ବର୍ଣ୍ଣ ବୈଷମ ଟିପ୍ପଣୀ କରି ଲେଖିଥିଲେ ଯେ, ଆମେରିକାକୁ ଜନ୍ମଗତ ନାଗରିକତା ଆଇନରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଛି । ସେୱେଜ ଦାବି କରିଛନ୍ତି ଯେ, ଏସିଆର ଲୋକେ ଆମେରିକା ଆସନ୍ତି ଏବଂ ନଅ ମାସରେ ଗୋଟିଏ ପିଲାକୁ ଜନ୍ମ ଦିଅନ୍ତି । ଏହିପରି ଆମେରିକା ଭାବେ ଉକ୍ତ ପିଲାଟି ଏଠାରେ ଜନ୍ମ ହେବା ସହ ଆମେରିକାର ନାଗରିକତା ହାସଲ କରି ନେଉଛି । ଏହି ଆଇନର ଜୋରଦାର ଫାଇଦା ଉଠା ଯାଉଛି । ଏଥିରେ ଆମେରିକା ଆଇନର କ୍ଷତି ଘଟୁଛି । ଶିଶୁଟି ତତ୍କାଳ ପ୍ରଭାବରୁ ଆମେରିକାର ନାଗରିକ ହୋଇ ଯାଉଛି । ପୁଣି ଏହାର ପରିବାର ଚୀନ ଓ ଭାରତ କିମ୍ବା ଅନ୍ୟ ଦେଶରୁ ଆମେରିକା ଚାଲି ଆସୁଛନ୍ତି । ଏହି ଦେଶ ଦୁନିଆର ନର୍କର ଦ୍ୱାର । ଆଉ ସେୱେଜଙ୍କ ଏହି ଲେଟରକୁ ଡୋନାଲ୍ଡ ଟ୍ରମ୍ପ ସେୟାର କରିଛନ୍ତି । କିଛି ଦିନ ତଳେ ଟ୍ରମ୍ପ ଦାବି କରିଥିଲେ ଯେ, ଦୁନିଆର କୌଣସି ବି ଦେଶ ଆମେରିକା ପରି ଜନ୍ମଗତ ନାଗରିକତା ଅଧିକାର ଦେଉ ନାହିଁ । କିନ୍ତୁ ବାସ୍ତବ ଏହା ଯେ, କାନାଡା, ମେକ୍ସିକୋ ଓ ବ୍ରାଜିଲ ସହିତ ଦୁନିଆର ପ୍ରାୟ ୩୬ ଦେଶରେ ଏହି ଆଇନ ରହିଛି ।

LEAVE A REPLY

Please enter your comment!
Please enter your name here