ଜଗତସିଂହପୁରର କାଠିଆପଡ଼ା ଗ୍ରାମରେ ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ମାମଲାର ଫର୍ଦ୍ଦାଫାସ୍ କରିଛି ପୋଲିସ । ଯୁବତୀଙ୍କ ପ୍ରେମିକ କୁଳମୁଣ୍ଡିଳ ଗ୍ରାମର ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ଝାଡ଼ଖଣ୍ଡ ଜାମସେଦପୁରରୁ ଗିରଫ କରାଯାଇଛି । ସୂଚନା ଅନୁସାରେ, କାଠିଆପଡ଼ା ଗ୍ରାମର ପ୍ରମୋଦ ଦାସଙ୍କ ଝିଅ ସସ୍ମିତା ଦାସକୁ ନିର୍ବନ୍ଧ ପରେ ଗଳା କାଟି ହତ୍ୟା କରିବା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସୂର୍ଯ୍ୟକାନ୍ତ ଜାମସେଦପୁରେ ବ୍ୟବସାୟ କରୁଥିଲା ଓ ଗତ କିଛି ବର୍ଷ ହେବ ସେ ଗାଁକୁ ଫେରି କାଠିଆପଡ଼ା ଗ୍ରାମ ନିକଟରେ ଏକ ଘର ତିଆରି କରୁଥିଲା । ଏହି ଘର ତିଆରିରେ ପ୍ରମୋଦଙ୍କ ପରିବାର ବୁଝାସୁଝା କରୁଥିଲେ । ଏହି ସମୟରେ ସସ୍ମିତା ଏବଂ ସୂର୍ଯ୍ୟକାନ୍ତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଦୀର୍ଘ ୫ ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ସସ୍ମିତାଙ୍କର ବାଲେଶ୍ୱରର ଏକ ଯୁବକଙ୍କ ସହିତ ବିବାହ ସ୍ଥିର ହୋଇଥିଲା । ଗତ ୧୯ ତାରିଖରେ ସସ୍ମିତାଙ୍କର ନିର୍ବନ୍ଧ ହୋଇଥିଲା । ଏହା ପରେ ସସ୍ମିତା ନିଜ ନିର୍ବନ୍ଧ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଏହାକୁ ପ୍ରେମିକ ସୂର୍ଯ୍ୟକାନ୍ତ ଦେଖିଥିଲା ଓ ଶେଷରେ ୨୦ ତାରିଖ ସନ୍ଧ୍ୟାରେ ସସ୍ମିତାକୁ ଡାକି ତାର ଗଳାକାଟି ହତ୍ୟା କରିଥିଲା। ପୋଲିସ ଯୁବକଙ୍କୁ ଜାମସେଦପୁରରୁ ଗିରଫ କରି ଜଗତସିଂହପୁର ଆଣୁଛି ।

LEAVE A REPLY

Please enter your comment!
Please enter your name here