ଓଡିଆ କହିବା ପାଇଁ ନବୀନ ସଂକଳ୍ପ ନିଅନ୍ତୁ:ବିଶ୍ୱଭୂଷଣ

ଓଡିଆ ଭାଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାଠଗଡାକୁ ଟାଣିଚି ବିଜେପି । ସାରା ଦେଶରେ ନବୀନ ପଟ୍ଟନାୟକ ଜଣେ ବ୍ୟତିକ୍ରମ । ଯିଏକି ଶାସକ ହୋଇ ଶାସିତର ଭାଷା ବୁଝିପାରିନାହାନ୍ତି । ଆଜି ପବିତ୍ର ସତ୍ୟବାଦୀ ମାଟିକୁ ଯାଇଛନ୍ତି, ସେଠାରେ ସଂକଳ୍ପ ନିଅନ୍ତୁ ଆଜିଠାରୁ ସେ ଓଡିଆ ଭାଷାରେ କଥା ହେବେ । ଏପରି ଆହ୍ୱାନ ଦେଇଛନ୍ତି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ । ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ନବିନ ଏକ ବ୍ୟତିକ୍ରମ । ମାତୃଭାଷା ପ୍ରତି ତାଙ୍କର ସମ୍ମାନ ନାହିଁ । ୧୮ବର୍ଷ ରାଜ୍ୟ ଶାସନ କରିବା ପରେ ବି ଓଡିଆ ଭାଷା ଶିଖିପାରିଲେ ନାହିଁ । ୬ ମାସରେ ଅଣଓଡିଆ ଅଫିସରମାନେ ଓଡିଆ କହିପାରୁଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ଓଡିଆ କହି ନପାରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଶ୍ୱଭୂଷଣ । ସେହିପରି ପାଇକବିଦ୍ରୋହର ଦୁଇଶହ ବର୍ଷ ପୂର୍ତି ଅବସରରେ ବରୁଣେଇ ପୀଠରେ ସ୍ମାରକୀ ପାଇଁ ଏକର ଜମି ଯୋଗାଇ ଦେବାପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଚିଠି ଲେଖିଲେ ମଧ୍ୟ ରାଜ୍ୟ ସରକାର ଦୃଷ୍ଟି ନଦେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ । ମୁଖ୍ୟମନ୍ତ୍ରୀଙ୍କର ଓଡିଆ ଜାତି କଥା ଚିନ୍ତାନାହିଁ । ତେବେ ଆଜି ଶିଳାନ୍ୟାସ କରିଥିବା ଓଡିଆ ବିଶ୍ୱବିଦ୍ୟାଳୟ କେବେ ଆରମ୍ଭ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ନିରଞ୍ଜନ କହିଲେ, ନବୀନ ପ୍ରଥମେ ଆଡମିସନ ହୁଅନ୍ତୁ

ସତ୍ୟବାଦୀ ବକୁଳ ବନରେ ଓଡିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ସେଠି ଆଡମିସନ ନିଅନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟନାୟକ କହିଛନ୍ତି । ଟ୍ୱିଟ୍ କରି ନିରଞ୍ଜନ କହିଛନ୍ତି, ନବୀନ ଏଯାଏଁ ଓଡିଆ ଶିଖି ପାରିଲେନି, ତେଣୁ ଓଡିଆ ବିଶ୍ୱବିଦ୍ୟାଳୟରେ ପ୍ରଥମେ ନବୀନ ଆଡମିସନ ନେଇ ଓଡିଆ ଶିଖିବା ଦରକାର ।

LEAVE A REPLY

Please enter your comment!
Please enter your name here