ନୂଆଦିଲ୍ଲୀ:ଇଟାଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିୟା ମେଲୋନିଙ୍କୁ ଏକ ମେଲୋଡି ଟଫି ଉପହାର ଦେଇଥିଲେ। ମେଲୋନି ଏହି ସୁନ୍ଦର ମୁହୂର୍ତ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହା ଶୀଘ୍ର ଭାଇରାଲ ହୋଇଥିଲା। ଭିଡିଓଟି ବିଭିନ୍ନ ପ୍ଲାଟଫର୍ମରେ ରେକର୍ଡ ସଂଖ୍ୟକ ଭ୍ୟୁ ହାସଲ କରିଛି।ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜିଓର୍ଜିୟା ମେଲୋନିଙ୍କ ସହିତ ଏକ ରିଲ୍ ସେୟାର କରିଥିଲେ। ଯାହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ମେଲୋନିଙ୍କ ପାଇଁ ଏକ ସ୍ୱତନ୍ତ୍ର ମେଲୋଡି ଉପହାର ବୋଲି କୁହାଯାଉଛି। ଭିଡିଓଟି ଖୁବ୍ ଶୀଘ୍ର ଭାଇରାଲ ହୋଇଥିଲା। ଏପରିକି ସମସ୍ତ ସୋସିଆଲ ମିଡିଆ ରେକର୍ଡ ମଧ୍ୟ ଭାଙ୍ଗିଥିଲା। କାରଣ ମାତ୍ର କେଇ ଘଣ୍ଟାରେ ୧୦୦ ମିଲିୟନରୁ ଅଧିକ ଭ୍ୟୁ ପାଇଛି ଭିଡିଓଟି।
ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିୟା ମେଲୋନି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ହୋଇଥିବା ସାକ୍ଷାତର ଫଟୋ ଏବଂ ଭିଡିଓଗୁଡ଼ିକ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here