ଅହମ୍ମଦାବାଦ: ଆଇପିଏଲ୍ ୨୦୨୬ର ଟାଇଟଲ୍ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। RCBଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ।RCBଅଧିନାୟକ ରଜତ ପଟିଦାର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଗୁଜରାଟ ବ୍ୟାଟିଂ ଆରମ୍ଭ କରିଥିଲା।ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ RCB ଗୁଜରାଟ ଟାଇଟାନ୍ସକୁ ମୋଟ ୧୫୫ ରନରେ ସୀମିତ ରଖିଥିଲା। ଟାର୍ଗେଟର ପିଛା କରୁଥିବା ସମୟରେ ବିରାଟ କୋହଲି ୭୫ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ।୧୫୬ ରନ୍‌ର ଲକ୍ଷ୍ୟକୁ RCB ୧୮ତମ ଓଭରରେ ହାସଲ କରିନେଇଥିଲା lଫାଇନାଲରେ କୋହଲିଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ପୁରସ୍କାର ଦିଆଯାଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କୁ ‘ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ବିବେଚିତ କରାଯାଇଥିଲା, ସେ ଅରେଞ୍ଜ କ୍ୟାପ୍ ସମେତ ଅନେକ ପୁରସ୍କାର ଜିତିଥିଲେ।ଚାମ୍ପିଅନ୍ ହେବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୨୦ କୋଟି ଟଙ୍କା ପୁରସ୍କାର ମିଳିଛି।ଗୁଜରାଟ ଟାଇଟାନ୍ସକୁ ୧୨.୫ କୋଟି ଟଙ୍କା ମିଳିଛି।

Post Views: 1

LEAVE A REPLY

Please enter your comment!
Please enter your name here