ଓଡ଼ିଶାର ବିଶିଷ୍ଟ ଲେଖକ, କବି ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଜଗନ୍ନାଥ ପ୍ରସାଦ ଦାସଙ୍କ ବିୟୋଗ । ମୃତ୍ୟୁ ବେଳକୁ ତାଙ୍କୁ 90 ବର୍ଯ ବୟସ ହୋଇଥିଲା । ଓଡ଼ିଆ ସାହିତ୍ୟ ଓ କଳା ଜଗତକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ‘ଦେଶ କାଳ ପାତ୍ର’ ଭଳି ତାଙ୍କର କାଳଜୟୀ କୃତି ପାଇଁ ସଦାସର୍ବଦା ଓଡ଼ିଆ ସାରସ୍ୱତ ଜଗତରେ ସେ ସ୍ମରଣୀୟ ହୋଇ ରହିବ । ଆହ୍ନିକ କବିତା ସଂକଳନ ପାଇଁ 1990ରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଶାସକ ପଦବୀ ଛାଡି ସେ ସାରସ୍ବତ ସାଧନାରେ ନିମଗ୍ନ ଥିଲେ । ଶ୍ରୀ ଦାସଙ୍କ ବିୟୋଗରେ ଓଡିଆ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here