ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ । ଦିଲ୍ଲୀ ପୁଲିସ କମିଶନରଙ୍କ ନିକଟକୁ ଏମିତି ଏକ ଧମକପୂର୍ଣ୍ଣ ମେଲ୍ ଆସିଛି । ମେଲରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ମିଳିବା ପରେ ଏହାର ଖୋଳତାଡ ଆରମ୍ଭ ହୋଇଛି ।
ସୁଚନା ଅନୁଯାୟୀ ଦିଲ୍ଲୀ ପୁଲିସ କମିଶନରଙ୍କୁ ଇମେଲରେ ମିଳିଥିବା ଧମକରେ ୨୦୧୯ ବିଷୟରେ ଲଲ୍ଲେଖ କରାଯାଇଛି । ଗୋଟିଏ ଲାଇନର ଧମକପୂର୍ଣ୍ଣ ମେଲ୍ ଦିଲ୍ଲୀ ପୋଲିସର ନିଦ ହଜାଇ ଦେଇଛି । ପୁଲିସ କହିବା ଅନୁଯାୟୀ ଆସାମର କୌଣସି ଜିଲ୍ଲାରୁ ଏହି ମେଲ୍ ଆସିଛି । ମେଲ୍ ଆସିବା ପରଠାରୁ ପୁଲିସ ଏହାର ଯାଞ୍ଚ କରୁଛି । ଏହା ପୂର୍ବରୂ ଭୀମ କୋରେଗାଁଓ ହିଂସାରେ ମଧ୍ୟ ମୋଦିଙ୍କ ବିରୁଦ୍ଧରେ ମରଣାନ୍ତକ ଷଡଯନ୍ତ୍ର କରାଯାଇଥିଲା । ଯାଞ୍ଚବେଳେ ମିଳିଥିବା ଏକ ଚିଠିରେ ଲେଖାଥିଲା, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଭଳି ମୋଦିଙ୍କୁ ହତ୍ୟା କରାଯିବ .  ଫଳରେ କିଛି ଲୋକଙ୍କୁ ସନ୍ଦେହରେ ଗିରଫ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here