ଭୁବନେଶ୍ୱର: ବଦଳି ଆଦେଶକୁ ଅଣଦେଖା କରି ନୂଆ କାର୍ଯ୍ୟସ୍ଥଳରେ ଯୋଗ ନଦେଉଥିବା ଅଧିକାରୀଙ୍କୁ ଶେଷ ଚେତାବନୀ ଦିଆଯାଇଛି। ଆଜି ସୁଦ୍ଧା ନୂଆ ସ୍ଥାନରେ ଯୋଗ ନଦେଲେ ଆସନ୍ତାକାଲିଠାରୁ ସେମାନଙ୍କ ଦରମା ବନ୍ଦ କରାଯିବ ବୋଲି ସ୍ପଷ୍ଟ କରିଛି ରାଜ୍ୟ ଅର୍ଥ ବିଭାଗ। ଖବର ଅନୁଯାୟୀ, କିଛି ଅଧିକାରୀ ବଦଳି ଆଦେଶକୁ ମାନିବା ପରିବର୍ତ୍ତେ ବିଭିନ୍ନ ଉପାୟରେ ତାହାକୁ ବିଳମ୍ବ କରୁଛନ୍ତି। କେତେକ କ୍ଷେତ୍ରରେ ରାଜନୈତିକ ପ୍ରଭାବ ପକାଇ ବଦଳି ଆଦେଶକୁ ଅଟକାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ମଧ୍ୟ ଆସିଛି। ଅର୍ଥ ବିଭାଗ ପକ୍ଷରୁ ତିନିଥର ପର୍ଯ୍ୟନ୍ତ ବଦଳି ଆଦେଶ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ କିଛି ଅଧିକାରୀ ତାହାକୁ ଅଣ ଦେଖା କରିଥିଲେ। ଫଳରେ ବିଭାଗ ଏବେ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି। ସରକାରୀ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here