କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ତିଖିରି ଗ୍ରାମପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ପଞ୍ଚାୟତର ମୋଟ ୨୨ ଜଣ ୱାର୍ଡ ସଭ୍ୟ/ସଭ୍ୟାଙ୍କ ମଧ୍ୟରୁ ୨୧ ଜଣ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଆସନ୍ତା ଜୁଲାଇ ୨୭ ତାରିଖରେ ଏହି ପ୍ରସ୍ତାବ ଉପରେ ଭୋଟିଂ କରାଯିବ। ଆସନ୍ତା ଜୁଲାଇ ୨୭ ତାରିଖରେ ହେବାକୁ ଥିବା ଭୋଟିଂ ଫଳାଫଳ ଉପରେ ନିର୍ଭର କରିବ ଯେ ଚାମେଲି ଓଝା ସରପଞ୍ଚ ପଦବୀରେ ରହିବେ ନା ତାଙ୍କୁ ପଦଚ୍ୟୁତ କରାଯିବ। ଭୋଟିଂ ପ୍ରକ୍ରିୟା ସମୟରେ ଉପସ୍ଥିତ ରହିବା ପାଇଁ ଉପଜିଲ୍ଲାପାଳ ସମସ୍ତ ୱାର୍ଡ ମେମ୍ବରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଗ୍ରାମପଞ୍ଚାୟତ ଆଇନର ନିୟମାବଳୀ ଅନୁଯାୟୀ ଏହି ପ୍ରକ୍ରିୟା ପରିଚାଳିତ ହେବ ଏବଂ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ମହାକାଳପଡ଼ା ବିଡିଓ (BDO)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ସରପଞ୍ଚ ଚାମେଲି ଓଝା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କେବଳ ରାଜନୈତିକ ଆକ୍ରୋଶ ରଖି ମୋ’ ବିରୋଧରେ ଏହି ଅନାସ୍ଥା ଅଣାଯାଇଛି। ୱାର୍ଡମେମ୍ବରମାନଙ୍କୁ ଭୟଭୀତ ଓ ଧମକଚମକ ଦେଇ ବାଧ୍ୟବାଧକତାରେ ଦସ୍ତଖତ ନିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here