ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବ୍ରାଣ୍ଡ୍ ଭାଲ୍ୟୁ ୩୦୦ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨୯୭୯ କୋଟି ଟଙ୍କା ଅତିକ୍ରମ କରିଛି। ହୁଲିହାନ ଲୋକି (Houlihan Lokey) ର ୨୦୨୬ ଆଇପିଏଲ୍ ବ୍ରାଣ୍ଡ୍ ଭାଲ୍ୟୁ ରିପୋର୍ଟ ଅନୁଯାୟୀ ଆଇପିଏଲ୍ର ମୋଟ ବ୍ୟବସାୟିକ ମୂଲ୍ୟ ଗତ ବର୍ଷ ତୁଳନାରେ ୧୧.୪% ବୃଦ୍ଧି ପାଇ ୨୦.୬ ବିଲିୟନ ଡଲାର (ପ୍ରାୟ ୧.୯୬ ଲକ୍ଷ କୋଟି ଟଙ୍କା) ହୋଇଯାଇଛି। ସେହିପରି କେବଳ ଆଇପିଏଲ୍ ବ୍ରାଣ୍ଡ୍ର ମୂଲ୍ୟ ୧୦.୩% ବୃଦ୍ଧି ପାଇ ୪.୩ ବିଲିୟନ ଡଲାର (ପ୍ରାୟ ୪୧,୦୦୦ କୋଟି ଟଙ୍କା) ରେ ପହଞ୍ଚିଛି। ଆରସିବି କ୍ରମାଗତ ଭାବେ ଆଇପିଏଲ୍ର ସବୁଠାରୁ ଭାଲ୍ୟୁଏବଲ୍ ଅର୍ଥାତ୍ ସବୁଠାରୁ ଦାମୀ ଦଳ ଭାବେ ବଜାୟ ରହିଛି। ଆରସିବିର ବ୍ରାଣ୍ଡ୍ ଭାଲ୍ୟୁ ଗତ ବର୍ଷ ତୁଳନାରେ ୧୬% ବୃଦ୍ଧି ପାଇ ପ୍ରାୟ ୨୯୭୯ କୋଟି ଟଙ୍କା ହୋଇଯାଇଛି। ବିଗତ ଏକ ବର୍ଷ ମଧ୍ୟରେ ଆରସିବି ର ବ୍ରାଣ୍ଡ୍ ଭାଲ୍ୟୁରେ ପ୍ରାୟ ୪୧୦ କୋଟି ଟଙ୍କା ବୃଦ୍ଧି ହୋଇଛି । ଯାହାଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ୍ର ପ୍ରଥମ ଦଳ ଭାବରେ ରେକର୍ଡ ସୃଷ୍ଟି କରିଛି , ଯାହାର ବ୍ରାଣ୍ଡ୍ ଭାଲ୍ୟୁ ୩୦୦ ମିଲିୟନ ଡଲାର ଅତିକ୍ରମ କରିଛି।














