ଅନୁଗୋଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ଆୟୋଜିତ ହୋଇଛି । ଲକ୍ଷ୍ମଣାନନ୍ଦଙ୍କ ଜନ୍ମମାଟିରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଥିଲେ l ତାଙ୍କ ଅଭିଭାଷଣରେ ସେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଗୁଣଗାନ କରିଥିଲେ । ସେ କହିଥିଲେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜଣେ କେବଳ ବ୍ୟକ୍ତି ନ ଥିଲେ , ଅଲୌକିକ ଅନୁଷ୍ଠାନ, ମହାନ ଆଦର୍ଶ ଓ ସନାତନ ଧର୍ମର ଦୀପ୍ତିମନ୍ତ ମାର୍ଗଦର୍ଶକ lମୁଖ୍ୟମନ୍ତ୍ରୀ ଏହି ଅବସରରେ ପୂର୍ବ ସରକାରଙ୍କୁ ସମାଲୋଚନା କରିଛନ୍ତି । ମୋହନ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଜନ୍ମାଷ୍ଟମୀ ରାତିରେ ନିର୍ଦ୍ଦୟ ଭାବରେ ତାଙ୍କୁ ହତ୍ୟା କରାଯାଇଥିଲା । ତତ୍କାଳୀନ ସରକାର ସ୍ୱାମୀଜୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିଲେ । ସ୍ୱାମୀଜୀଙ୍କ ହତ୍ୟାକାଣ୍ଡ ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାରେ ଅବହେଳା କରାଯାଇଥିଲା । କେବଳ ଆତ୍ମ ସନ୍ତୋଷ ପାଇଁ ପୂର୍ବ ସରକାର ସ୍ୱାମୀଜୀଙ୍କ ସୁରକ୍ଷା ଓ ନ୍ୟାୟକୁ ବଳି ପକାଇଦେଇଥିଲେ ।ତଦନ୍ତ ଫାଇଲ୍ ହଜିବା ଅବହେଳା ନୁହେଁ ସାଂଘାତିକ ଷଡ଼ଯନ୍ତ୍ର l

LEAVE A REPLY

Please enter your comment!
Please enter your name here