ଭୁବନେଶ୍ୱର: କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ୬ ମାସର ସମ୍ମାନ ରାଶିକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ରୂପେ କାର୍ଯ୍ୟ କରୁଥିବା ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ୬ ମାସର ସମ୍ମାନ ରାଶିକୁ ମଞ୍ଜୁର କରିଛନ୍ତି। ସେମାନଙ୍କୁ ମୋଟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ଦିଆଯିବ। ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ରୂପେ କାର୍ଯ୍ୟ କରୁଥିବା ସରପଞ୍ଚ ଓ ନାଏବ ସରପଞ୍ଚମାନେ ପିଛିଲା ଭାବେ ୬ ମାସର ସମ୍ମାନ ରାଶି ପାଇବେ। ପିଛିଲା ଭେବେ ୨୦୨୬ ଏପ୍ରିଲ ୧ରୁ ଅକ୍ଟୋବର ୩୦ ଯାଏ ଅର୍ଥାତ ୬ ମାସର ସମ୍ମାନ ରାଶି ମିଳିବ।ସରପଞ୍ଚମାନଙ୍କୁ ୧୦ ହଜାର ଟଙ୍କା ଓ ନାଏବ ସରପଞ୍ଚମାନଙ୍କୁ ସରକାରଙ୍କ ପକ୍ଷରୁ ୪ ହଜାର ଟଙ୍କା ଲେଖାଏ ମିଳିବ। ସମ୍ମାନ ରାଶି ଭାବେ ସେମାନଙ୍କୁ ଏହି ଟଙ୍କା ଦିଆଯିବ। ଯାହାଫଳରେ ସରପଞ୍ଚମାନେ ୬ ମାସର ସମ୍ମାନ ରାଶି ଭାବେ ୬୦ ହଜାର ଟଙ୍କା ଓ ନାଏବ ସରପଞ୍ଚମାନେ ୨୪ ହଜାର ଟଙ୍କା ଲେଖାଏ ପାଇବେ।











