ରାଫେଲ ଚୁକ୍ତିକୁ ନେଇ ବିବାଦ ଘେରକୁ ଆସିଥିବା କେନ୍ଦ୍ର ସରକାର ଶନିବାର ସମସ୍ତ ଦସ୍ତାବିଜ୍‌ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ସଞ୍ଜୟ କିଶନ ଓ ଜଷ୍ଟିସ୍‌ ଏମ୍‌ ଜୋଶେଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ରାଫେଲ ଚୁକ୍ତି ସମ୍ବନ୍ଧୀୟ କାଗଜପତ୍ର ସୁପ୍ରିମକୋର୍ଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଡେଡ୍‌ ଲାଇନ୍‌ ଶେଷ ହେବା ପୂର୍ବରୁ କେନ୍ଦ୍ର ସରକାର ମୁଦା ଲଫାପାରେ ଚୁକ୍ତି ସମ୍ବନ୍ଧୀୟ ଦସ୍ତାବିଜ୍‌ ଦାଖଲ କରିଛନ୍ତି। ଅକ୍ଟୋବର ୨୯ ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡିଛି। ଏମଏଲ ଶର୍ମା ନାମକ ଜଣେ ବ୍ୟକ୍ତି ରାଫେଲ ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ।

LEAVE A REPLY

Please enter your comment!
Please enter your name here