ଗଞ୍ଜାମ ଜିଲ୍ଲାରେ ପୁଣି ପୋଲିସ ର ଏନକାଉଣ୍ଟର. ପୋଲିସ ଏନକାଉଣ୍ଟର କରିଛି ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ସ୍ୱାଇଁ ଉପରେ. ଗତ ସୋମବାର ଦିନ ମଧ୍ୟ ରାତ୍ରରେ ଡେଙ୍ଗାପଦା ଛକରେ ପୋଲିସ ଏହି ଏନକାଉଣ୍ଟର କରିଛି. ଫଳରେ ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ସ୍ୱାଇଁ ଗୁରୁତର ଆହତ ହୋଇଛି. ଏନକାଉଣ୍ଟର ପରେ ତା ପାଖରୁ ଏକ ମାଉଜର ଓ ଗୁଳି ଜବତ କରାଯାଇଛି. ତେବେ ବିଭିନ୍ନ ପ୍ରକାର ଅପରାଧୀକ କାର୍ଯ୍ୟରେ ଲିପ୍ତ ଥିଲା ଏହି ଦୁର୍ଦ୍ଦାନ୍ତ ଅପରାଧୀ ଜଣକ. ଯାହାକୁ ଧରିବା ପାଇଁ ଶେରଗଡ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ପେଶାଲ ଟିମ୍ ଗଠନ କରାଯାଇଥିଲା. ଅପରାଧୀ ଜିତେନ୍ଦ୍ର ନା ରେ ଆସିକା, ଗାଙ୍ଗପୁର, ଖାରବେଳ ନଗର ଥାନା, ଶେରଗଡ, ଖଲ୍ଲିକୋଟ, ଜଙ୍କିଆ ଓ ହିଞ୍ଜିଳି ଥାନାରେ ଅନେକ ପ୍ରକାର ସଙ୍ଗୀନ ଅଭିଯୋଗ ମଧ୍ୟ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି. ଶେଷରେ ମୋଷ୍ଟ ୱାଣ୍ଟେଡ ଥିବା ଏହି ଅପରାଧୀକୁ ପୋଲିସ ଗତ ମଧ୍ୟ ରାତ୍ରରେ ଏନକାଉଣ୍ଟର କରିଛି. ବର୍ତ୍ତମାନ ତାକୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି.

LEAVE A REPLY

Please enter your comment!
Please enter your name here