ଆରମ୍ଭ ହେଲା ଏକାମ୍ର ସ୍ପୋର୍ଟ୍‌ସ ଲିଟେରାରି ଫେଷ୍ଟିଭାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଫେଷ୍ଟିଭାଲକୁ ଉଦଘାଟନ କରି କହିଛନ୍ତି କି ଏହା ଲୋକଙ୍କ ମନରେ ଖେଳ ପ୍ରତି ସ୍ୱତନ୍ତ୍ର ଉତ୍ସାହ ସୃଷ୍ଟି କରିବ। ଖେଳାଳି ଓ ଖେଳକୁ ଭଲ ପାଉଥିବା ଲୋକଙ୍କୁ ଏହା ଏକାଠି କରିବ । ଇମର୍ଜିଂ ସ୍ପୋର୍ଟ୍‌ସ ଓ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ମେଗା କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଭୁବନେଶ୍ୱରରେ ଏହି ଫେଷ୍ଟିଭାଲ ଅନୁଷ୍ଠିତ ହେବ। ଏହି ସମ୍ମାନ ଜନକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଗୁରୁବାର ଭୁବନେଶ୍ୱରରେ ଦେଶ ବିଦେଶରୁ କ୍ରୀଡାବିତ୍‌ମାନେ ପହଁଚିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଜାମାଇକା ଜନ୍ମିତ କାନାଡିଆନ ଆଥଲେଟ୍‌ ବେନ୍‌ ଜନସନ୍‌, ପୂର୍ବତନ ଭାରତୀୟ ହକି ଅଧିନାୟକ ଧନରାଜ ପିଲେ, ଭାରତୀୟ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟ୍‌ ଶାନ୍ତି ସୁନ୍ଦରରାଜନ, ଅଷ୍ଟ୍ରେଲିଆର ହକି ଅଲିମ୍ପିଆନ ବ୍ରେଂଟ ଲିଭ୍ମୋର ଓ ଅନ୍ୟମାନେ।

LEAVE A REPLY

Please enter your comment!
Please enter your name here