ରାଜଧାନୀ ଭୁବନେଶ୍ୱରକୁ ଦେଶର ସ୍ପୋର୍ସ କ୍ୟାପିଟାଲ ରୂପରେ ଦେଖିବା ପାଇଁ  ପ୍ରୟାସ ଆରମ୍ଭ କରିଛନ୍ତି ଓଡିଶା ସରକାର. ଯାହାର ପ୍ରଚାର ପ୍ରସାର ପାଇଁ  ସରକାର ଗୋଟିଏ ବି ସୁଯୋଗକୁ ହାତଛଡା କରୁନାହାନ୍ତି. ହକି ବିଶ୍ୱ କପ୍ ର ପ୍ରଚାର ପାଇଁ ସରକାର ସୋସିଆଲ ମିଡିଆକୁ ଅସ୍ତ୍ର ରୂପେ ଗ୍ରହଣ କରିଛନ୍ତି ଓ ତାହାର ସୁବିନିଯୋଗ ମଧ୍ୟ କରୁଛନ୍ତି. ଓଡିଶା ପୁରୁଷ ହକି ବିଶ୍ୱ କପ୍ ରେ ସବୁ ବର୍ଗର ଲୋକ ସାମିଲ ହେବା ସହ ବିଭିନ୍ନ ଦେଶ ଓ ବିଭିନ୍ନ ଶ୍ରେଣୀର ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳିବ. ଯାହାକୁ ନେଇ ଏବେଠୁ ସମସ୍ତଙ୍କ ମଧ୍ୟରେ ହକି ଫିଭର ଦେଖିବାକୁ ମିଳୁଛି ଏବଂ ଏହାକୁ ସମସ୍ତଙ୍କ ପାଖରେ ନାଚ, ଗୀତ, ମନୋରଞ୍ଜନ ଓ ଖେଳ ମାଧ୍ୟମରେ ପହଞ୍ଚାଇବା ପାଇଁ ପ୍ରଚାର କରାଯାଉଛି. ଯୁବ ସେବା ଏବଂ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଓଡିଶାରେ ଲୁଚି ରହିଥିବା କଳା, ସଂସ୍କୃତି ଓ ସୌନ୍ଦର୍ଯ୍ୟକୁ ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆରେ ଅପଲୋଡ କରାଯାଉଛି.

LEAVE A REPLY

Please enter your comment!
Please enter your name here