ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଆସନ୍ତା 48 ଘଣ୍ଟା ମଧ୍ୟରେ ଏହା ଘୂର୍ଣ୍ଣିଝଡର ରୂପ ନେବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି. ଫଳରେ ଓଡିଶାର କେତେକ ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି. ବର୍ତ୍ତମାନ ଏହି ଲଘୁଚାପ ଆଣ୍ଡାମାନ ସାଗରଠାରୁ 20କିମି ଦୂରରେ ଥିବା ବେଳେ ଚେନ୍ନାଇଠାରୁ 1320 କିମି ଦୂରରେ ରହିଛି. ତେବେ ନଭେମ୍ବର 13 ତାରିଖ ବେଳକୁ ଏହା ଡିପ୍ ଡିପ୍ରେସନର ରୂପ ନେବ ଏବଂ ନଭେମ୍ବର 15 ତାରିଖ ବେଳକୁ ତାମିଲନାଡୁ ଉପକୂଳ ଛୁଇଁବ ବୋଲି ସି.ଇ.ସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି. ଏହି ସମୟରେ ଆକାଶ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷାର ସମ୍ଭାବନା ଅଛି ବୋଲି ଡକ୍ଟର. ସାହୁ କହିଛନ୍ତି. ସେଥିପାଇଁ ନଭେମ୍ବର 12 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜିବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି.

LEAVE A REPLY

Please enter your comment!
Please enter your name here