କନ୍ଧମାଳ ଜିଲ୍ଲାରେ ପୁଣି ମାଓବାଦୀମାନେ ସକ୍ରିୟ ହୋଇ ଉଠିଛନ୍ତି । ଲଗାତାର ଦ୍ୱିତୀୟ ଦିନ ପାଇଁ ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ଚାଷୀଙ୍କ ପ୍ରାଇସ , ପ୍ରେଷ୍ଟିଜ୍ ଓ ପେନସନ ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନ ଜାରି ରଖିଥିବା ଆନେ୍ଦାଳନକୁ ସମର୍ଥନ କରିବାକୁ ପୋଷ୍ଟର ମାଧ୍ୟମରେ ଆହ୍ୱାନ କରାଯାଇଛି । ଏହା ସିପିଆଇ ମାଓ ପକ୍ଷରୁ ମରାଯାଇଥିବା ଉଲ୍ଲେଖ ରହିଛି । ଗୋଛାପଡ଼ା ଓ ଫିରିଙ୍ଗିଆ ଅଞ୍ଚଳର ଖଜୁରୀ ଗାଁ ଓ କୁକେରିମହାରେ ମାଓ ପୋଷ୍ଟର ଲଗାଯାଇଛି । ଚାଷୀ ଆନ୍ଦୋଳନକୁ ସମର୍ଥନ କରିବାକୁ ଓ ଆନ୍ଦୋଳନରେ ଗିରଫ ହୋଇଥିବା ସମସ୍ତ କୃଷକ ଏବଂ କୃଷକ ନେତାଙ୍କୁ ତୁରନ୍ତ ଛାଡ଼ି ଦେବାକୁ ମାଓ ସଂଗଠନ ଦାବି କରିଛି । ଏହା ସହିତ ଅନାବାଦି ଓ ଗୋଚର ଜମିଙ୍କୁ ଚାଷୀଙ୍କୁ ଦେବାକୁ ଦାବି କରିଛି । ତେବେ ଏହି ପୋଷ୍ଟରକୁ ପୋଲିସ ଜବତ କରିଛି । ତେବେ ପୋଷ୍ଟରକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here