ହାୱଡାରୁ ପୁରୀ ଆସୁଥିବା ଧଉଳି ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି . ଖଡଗପୁର ଡିଭିଜନର ଭୋଗପୁର ଓ ପାଂସକୁରା ନିକଟରେ ଲାଇନଚ୍ୟୁତ ହୋଇଛି ଧଉଳି ଏକ୍ସପ୍ରେସର ଗୋଟିଏ ବଗି . ତେବେ ଏଥିରେ ମୋଟ 85 ଜଣ ଯାତ୍ରୀ ଥିଲେ. ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ଏବଂ କେହି ମୃତାହତ ହୋଇ ନଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି. ବର୍ତ୍ତମାନ, ସମସ୍ତ ଯାତ୍ରୀଙ୍କୁ ଅନ୍ୟବଗିକୁ ସ୍ଥାନାନ୍ତର କରଯାଇଛି. ତେବେ,ସୂଚନା ଅନୁସାରେ ମଙ୍ଗଳବାର ଦିନ ସକାଳ ପ୍ରାୟ 7ଟା 5 ମିନିଟ୍ ରେ ହାୱଡା ଓ ଖଡଗପୁର ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା. ଏହି ଘଟଣା ପରେ, ସେହି ଲାଇନରେ ସମସ୍ତ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି. ଅନ୍ୟପଟେ ରେଲୱେ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ହାୱଡା-୦୩୩୨୬୩୭୭୧୯୭, ବାଲେଶ୍ୱର-୦୬୭୮୨୨୬୫୭୬୭, ଖଡଗପୁର-୦୩୨୨୨୨୫୫୮୯୭ ।

LEAVE A REPLY

Please enter your comment!
Please enter your name here