ବାଲିଗୁଡା ବି.ଡି.ଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ । ବାଲିଗୁଡା ବି.ଡି.ଓ ଶ୍ରୀ ନରେଶ ଶବର ଓ.ଏ.ଏସଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ପ୍ରକାଶ କରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ମଲ୍ଲିକ ଓ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ କିଆର ସିଂ ମଲ୍ଲିକ ମଙ୍ଗଳବାର ବାଲିଗୁଡା ବ୍ଲକ କାର୍ଯ୍ୟାଳୟରେ ଧାରଣାରେ ବସିଥଲେ । ଖବର ପାଇ ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ କରିବା ଫଳରେ ଅନଶନ ପ୍ରତ୍ୟାହୃତ ହୋଇଥିଲା । ଏହାପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ସମ୍ପୃକ୍ତ ବିଡିଓଙ୍କ ବିରୋଧରେ ହୋଇ ଅନଶନ ହୋଇଥିଲା । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଫଳରେ ଏହାର ସମାଧାନ କରାଯାଇଥିଲା । ଅଭିଯୋଗ ହେଉଛି ଯେ, ବିଡିଓ ବିନା ଅଧ୍ୟକ୍ଷଙ୍କ ଜ୍ଞାତସାରରେ କୌଣସି କାର୍ଯ୍ୟ କରୁନାହାଁନ୍ତି , ବ୍ଲକରେ ମନଇଛା କାର୍ଯ୍ୟାଦେଶ ବଣ୍ଟନ କରୁଛନ୍ତି ।
ତେବେ ଅଧ୍ୟକ୍ଷ ଯେହେତୁ ଜଣେ କଂଗ୍ରେସ ଦଳର,ଆଗକୁ ନିର୍ବାଚନ ଥିବାରୁ ସମ୍ପୃକ୍ତ ଅଧ୍ୟକ୍ଷ ଏବଂ ଜିଲ୍ଲାପରିଷଦ ସଭ୍ୟ ବି.ଡି.ଓଙ୍କର ଉପରୋକ୍ତ କାର୍ଯ୍ୟକଳାପକୁ ବିରୋଧ କରୁଛନ୍ତି । ବାରମ୍ବାର ବି.ଡି.ଓଙ୍କ ବିରୁଦ୍ଧରେ ଅନଶନ କରିବା ବାଲିଗୁଡା ବ୍ଲକ ନିମନ୍ତେ ଅଶୁଭ ସୂଚନା ।