ଶୁକ୍ରବାରଠାରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଶୋକପ୍ରସ୍ତାବ ଆଗତ କରିଥିଲେ. ଶୋକପ୍ରସ୍ତାବ ଉପରେ ଆଲୋଚନା ସରିବା ପରେ ବିରୋଧୀ ଚାଷୀ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ବିରେଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଗୃହକାର୍ଯ୍ୟ ଚାଲି ପାରି ନଥିଲା । ଫଳରେ ଆସନ୍ତାକାଲି ଯାଏ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ମୁଲତବୀ ରଖିଛନ୍ତି।

ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପାଲ, ପୂର୍ବତନ ବିଧାୟକ ବଂଶୀଧର ସାହୁ, ସହିଦ ଯବାନ ଚମ୍ପେଶ୍ୱର ମହାକୁଡ଼ ଓ ବ୍ରଜମୋହନ ବେହେରା, ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ପରଲୋକରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଶୋକପ୍ରସ୍ତାବ ଆଗତ କରିଥିଲେ. ବିରୋଧୀଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରସ୍ତାବକୁ ସମର୍ଥନ କରି ଦିବଂଗତ ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ବାଚସ୍ପତି ପ୍ରଦୀପ ଅମାତ ସ୍ୱର୍ଗତ ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା ପାଇଁ ଉପସ୍ଥିତ ବିଧାୟକମାନଙ୍କ ଅନୁରୋଧ କରିଥିଲେ । ନିରବ ପ୍ରାର୍ଥନା ପରେ ଗୃହରେ ବିରୋଧୀ କଂଗ୍ରେସ ସଦସ୍ୟମାନେ ଚାଷୀ ପ୍ରସଙ୍ଗକୁ ନେଇ ହୋହଲ୍ଲା କରିବାରୁ ବାଚସ୍ପତି ଶ୍ରୀ ଅମାତ ଗୃହକୁ ୧୨ଟା ୧୪ ମିନିଟ ଯାଏ ମୁଲତବୀ ରଖିଥିଲେ। ପୁନର୍ବାର ୧୨ଟା ୧୫ ମିନିଟ୍‌ ରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି କଂଗ୍ରେସ ସଦସ୍ୟମାନେ ଗୃହରେ ହୋ ହଲ୍ଲା କରିବାରୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଆସନ୍ତାକାଲି ଯାଏ ଗୃହକୁ ମୁଲତବୀ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here