ଗତ କିଛିଦିନ ଧରି ଚର୍ଚ୍ଚାରେ ଥିବା ଶ୍ରୀଜଗନ୍ନାଥଙ୍କ ବ୍ରହ୍ମବିଭ୍ରାଟର ଶେଷରେ ଗୁମର ଫିଟିଛି. ଏହି ଘଟଣା ପଛରେ ଦଇତାପତି ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ଅଛନ୍ତି ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି. ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତ୍ତନ ସଂପୂର୍ଣ୍ଣରୂପେ ଗୁପ୍ତନୀତି ହୋଇଥିବା ବେଳେ ସେ ଏହାକୁ ଉଲଂଘନ କରିଛନ୍ତି. ଯେଉଁଥିପାଇଁ ବ୍ରହ୍ମବିଭ୍ରାଟରେ ବିଳମ୍ବ ହୋଇଥିଲା. ଶ୍ରୀ ଜଗନ୍ନାଥଙ୍କ ଘଟ ପରିବର୍ତ୍ତନ ବେଳେ ନିଜେ ଏହାକୁ ଦର୍ଶନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଦର୍ଶନ କରାଇଥିଲେ ବୋଲି ସାଂଘାତିକ ଅଭିଯୋଗ ଆସିଛି ପ୍ରେମାନନ୍ଦଙ୍କ ନାମରେ. ଏହି ଖବର, ଶ୍ରମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରେମାନନ୍ଦଙ୍କୁ ଲେଖିଥିବା ଏକ ଚିଠିରୁ ସ୍ପଷ୍ଟ ହୋଇଛି. ନିଜେ ସଂପାଦକ ହେବା ସତ୍ତ୍ୱେ ଏଭଳି ଏକ ବଡ ଭୁଲ କିପରି କଲେ ବୋଲି ଏବେ ପ୍ରଶ୍ନ ଉଠିଛି. ତେବେ ଏହି ଭୁଲର ଉତ୍ତର 15 ଦିନ ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ଦିର ପ୍ରଶାସକ.

 

 

LEAVE A REPLY

Please enter your comment!
Please enter your name here