ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ଦୀର୍ଘଦିନରୁ ସେ କର୍କଟ ରୋଗରେ ପୀଡିତ ଥିଲେ। ବୈଷ୍ଣବ ପରିଡା ଏକାଧାରାରେ ଜଣେ ରାଜନେତା, ସ୍ତମ୍ଭକାର ଓ ସମାଜସେବୀ ଥିଲେ। ଏହାସହ ଓଡ଼ିଆ ଭାଷା ଆନ୍ଦୋଳନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୧୦ ଜୁଲାଇ ମାସରେ ବିଜେଡି ପକ୍ଷରୁ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା ୨୦୧୬ରେ ଜୁଲାଇ ୧ରେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିଲା । ତାଙ୍କ ଦେହାନ୍ତରେ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ବହୁ ରାଜନେତା ପ୍ରକାଶ କରିଛନ୍ତି ।