ଢେଙ୍କାନାଳ ବେଲଟିକିରିସ୍ଥିତ ଗୁଡ ନ୍ୟୁଜ୍‌ ଇଣ୍ଡିଆ ସେଲ୍‌ଟର୍‌ ହୋମକୁ ସିଲ କରି ଦିଆଯାଇଛି । ଶିଶୁ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ସେଲଟର ହୋମରେ ତାଲା ପକାଯାଇଛି । ସେଠାରେ ଥିବା ଅନ୍ତେବାସୀଙ୍କୁ ଏକ ସ୍ୱୀକୃତିପ୍ରାପ୍ତ ସେଲଟର ହୋମକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ସ୍ଥିତି ଅନୁଧ୍ୟାନ ପାଇଁ ବିଜେପି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଘଟଣା ସ୍ଥଳରେ ପହଁଚିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୁରୀ ଓ ବାଲେଶ୍ୱରରେ ଥିବା ଶାଖା ଉପରେ ଚଢ଼ଉ କରାଯାଇଛି ।

ସେଲ୍‌ଟର୍‌ ହୋମ୍‌କୁ ବନ୍ଦ କରିବାକୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ନିର୍ଦ୍ଦେଶ ଦେବା ସମସ୍ତଙ୍କୁ ଅନ୍ୟ ସ୍ୱୀକୃତିପ୍ରାପ୍ତ ସେଲ୍‌ଟର୍‌ ହୋମ୍‌ ସ୍ଥାନାନ୍ତର କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ ପରେ ବିଭିନ୍ନ ଜିଲ୍ଲା ପ୍ରଶାସନ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ସେଥିପାଇଁ ବାଲେଶ୍ୱର ରେମୁଣା ବ୍ଲକ୍ ସରସ୍ୱତୀପୁର ଗ୍ରାମରେ ଥିବା ଗୁଡ଼୍‌ ନ୍ୟୁଜ୍‌ ଇଣ୍ଡିଆ ସେଲ୍‌ଟର୍‌ର ଆଉ ଏକ କାର୍ୟ୍ୟାଳୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଆଜି ସକାଳୁ ଚଢ଼ଉ ହୋଇଛି । ସେହିପରି ପୁରୀ ପେଣ୍ଠକଟା ସ୍ଥିତି ଆଉ ଏକ ଶାଖାରେ ଚଢ଼ାଉ ହୋଇଛି । ସେଠାରେ ମୋଟ ୮୧ ଜଣ ନାବାଳିକା ରହୁଛନ୍ତି । ଏଠାରେ କୌଣସି ଅବ୍ୟବସ୍ଥା ନାହିଁ ବୋଲି ଉଭୟ କେୟାର ଟେକର୍‌ ଓ ଅନ୍ତେବାସୀ କହିଛନ୍ତି । ସମସ୍ତ କାଗଜପତ୍ର ଜିଲ୍ଲାପାଳଙ୍କୁ ଦିଆଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here