ନେପାଳରେ ଭାରତୀୟ ମୁଦ୍ରାର କିଛି ବିଶେଷ ନୋଟ୍ ଉପରେ ରୋକ୍ ଲଗାଇଛନ୍ତି ନେପାଳ ସରକାର. ଭାରତର ପଡୋଶୀ ଦେଶ କୁହାଯାଉଥିବା ନେପାଳରେ ସେହି ସବୁ ନୋଟ୍ ର ପ୍ରଚଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି. ଯାହା ଭିତରେ 200,500 ଓ 2000 ଟଙ୍କିଆ ଭଳି ନୋଟ୍ ରହିଛି. ନେପାଳର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନେପାଳ ସରକାର ନିର୍ଦ୍ଦେଶ ଦେଇଛନ୍ତି. ସ୍ଥାନୀୟ ରିପୋର୍ଟ ଅନୁସାରେ, ବର୍ତ୍ତମାନ, ଲୋକମାନେ 100ଟଙ୍କିଆ ନୋଟ୍ ରୁ ଅଧିକ ନୋଟ୍, ଯେମିତିକି 200, 500 ଓ 2000ଟଙ୍କିଆ ନୋଟ୍  ନିଜ ପାଖରେ ନ ରଖିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଥିବା ସୂଚନା ମିଳିଛି. ଦେଖିବାକୁ ଗଲେ ଏହି ସବୁ ନୋଟ୍ ର ବ୍ୟବହାର ଉପରେ ସଂପୂର୍ଣ୍ଣରୂପେ ରୋକ୍ ଲଗାଯାଇଛି. ଖାସ୍ କଥା ଏହା ଯେ, ନେପାଳରେ ଭାରତୀୟ ମୁଦ୍ରାକୁ ଅତି ସହଜରେ ଲୋକମାନେ ବ୍ୟବହାର କରୁଥିଲେ. ମାତ୍ର ଏବେ ଆଉ ଏହାକୁ ସେମାନେ ବ୍ୟବହାର କରିପାରିବେ ନାହିଁ. ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, 2016 ମସିହା ନଭେମ୍ବର 8 ତାରିଖରେ ଭାରତ ସରକାର ନୋଟବନ୍ଦୀ ଘୋଷଣା କରିଥିଲେ. ଯେଉଁଥିରେ ପୁରୁଣା 500ଟଙ୍କିଆ ଓ 1000ଟଙ୍କିଆ ନୋଟ୍ ର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଥିଲା.

LEAVE A REPLY

Please enter your comment!
Please enter your name here