ରବିବାର କଳିଙ୍ଗଷ୍ଟାଡିୟମରେ ବେଲଜିୟମ-ନେଦରଲ୍ୟାଣ୍ଡ ମଧ୍ୟରେ ହେବ କଡା ଟକ୍କର. ଯାହାକୁ ଦେଖିବା ପାଇଁ ହକିପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଦ୍ୱିଗୁଣିତ ହୋଇଯାଇଛି. ଶନିବାର ଇଂଲଣ୍ଡ-ବେଲଜିୟମ୍ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍ ଯଦିଓ ଦର୍ଶକଙ୍କୁ ମନକୁ ଏତେ ମାତ୍ରାରେ ଜିଣିପାରିନଥିଲା ମାତ୍ର ସନ୍ଧ୍ୟାରେ ନେଦରଲ୍ୟା୍ଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ମ୍ୟାଚ୍ ହକିପ୍ରେମୀଙ୍କ ମଧ୍ୟରେ ରୋମାଞ୍ଚ ଭରିଦେଇଥିଲା. ସେହିପରି ରବିବାର ହେବାକୁ ଥିବା ଫାଇନାଲ ମ୍ୟାଚକୁ ମଧ୍ୟ ଦର୍ଶକେ ମନଭରି ଉପଭୋଗ କରିବା ପାଇଁ ସେହି ସନ୍ଧ୍ୟାକୁ ଅପେକ୍ଷା କରି ରହିଛନ୍ତି. ତେବେ ଅପରାହ୍ନ 4.30 ମିନିଟରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ କାଂସ୍ୟ ପଦକ ପାଇଁ ମ୍ୟାଚ ହେବାକୁ ଥିବା ବେଳେ ସନ୍ଧ୍ୟା 7ଟାରେ ବେଲଜିୟମ୍-ନେଦରଲ୍ୟାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ. ଅନ୍ୟପଟେ ବିଶ୍ୱକପ ହକିର ଉଦଯାପନୀ ସମାରରୋହରେ ସଚିନଙ୍କ ଆସିବାକୁ ନେଇ ମଧ୍ୟ ଦର୍ଶକେ ବେଶ୍ ଉତ୍ସାହିତ ଥିବା ଜଣାପଡିଛି.

LEAVE A REPLY

Please enter your comment!
Please enter your name here