‘ପିଠା’ ନାଁରେ ସରକାର ଏକ ନିର୍ବାଚନୀ ପ୍ରହେଳିକା ଆରମ୍ଭ କରିଛନ୍ତି । ଏ କାର୍ଯ୍ୟକ୍ରମ ବାସ୍ତବରେ ‘ପିଟା’ । କିନ୍ତୁ ସରକାର ଗାଁ ଲୋକଙ୍କ ମନରେ ମିଛି ମିଛିକା ଖୁସି ସୃଷ୍ଟି କରିବା ପାଇଁ ପିଠା ନାଁ ଦେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ପିଠା ଯୋଜନାରେ ରାଜ୍ୟର ୧୫ ପ୍ରତିଶତ ଦଳିତଙ୍କ ପ୍ରତି ନବୀନ ବାବୁଙ୍କ ସରକାର ଚରମ ଅନ୍ୟାୟ କରିଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସର ମିଡିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ବାବଦରେ ପ୍ରକାଶିତ ବିଜ୍ଞପ୍ତିରେ ୧୦ଟି ବିଭିନ୍ନ ବିଭାଗର ପ୍ରସଙ୍ଗ ଉପରେ ସଚେତନତା କାର୍ଯ୍ୟକ୍ରମ କରିବାର ଘୋଷଣା ଥିବାବେଳେ ଜାତି ବା ଦଳିତଙ୍କ ପାଇଁ ନିର୍ଦ୍ଦିଷ୍ଟ କୌଣସି ପ୍ରସଙ୍ଗ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି । ପିଠା କାର୍ଯ୍ୟକ୍ରମ ବାସ୍ତବରେ ବିଜେଡି ସରକାରଙ୍କ ଦଳିତ ବିରୋଧି ମନୋଭାବକୁ ପଦାରେ ପକାଇଛି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି ।

    ନିର୍ବାଚନ ପୂର୍ବରୁ ତରବରିଆ  ଭାବେ ଏ କାର୍ଯ୍ୟକ୍ରମ କରିବାର ଅର୍ଥ ଭୋଟ ପାଇଁ ବିଜ୍ଞାପନରେ ନବୀନ ବାବୁଙ୍କ ଫଟୋ ଦେଖାଇବା ଏକ ମାତ୍ର ଉଦେ୍ଦଶ୍ୟ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here