ଗୁରୁବାର କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗଠାରେ ଉଦଘାଟିତ ହୋଇଯାଇଛି କଳାହାଣ୍ଡି ଉତ୍ସବ. ଏହି କାର୍ୟ୍ୟକ୍ରମରେ ଜିଲ୍ଲାପାଳ ପରାଗ ହର୍ଷଦ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ. ଏହାର ଉଦଘାଟନୀ ପୂର୍ବରୁ ମହାଲିଙ୍ଗ ଗାଁର ଦୁଆରସନି ମନ୍ଦିରରୁ ମସଲ ଓ କଳସ ଶୋଭାଯାତ୍ରା ବାହାରି ସମଗ୍ର ଗାଁ ପରିକ୍ରମା କରିବା ପରେ ଉତ୍ସବସ୍ଥଳରେ ପହଞ୍ଚିଥିଲା. ପରେ ଉଦଘାଟନୀ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏହାକୁ ସରପଞ୍ଚ ସୁଶାନ୍ତ କୁମାର ସାହୁ ପରିଚାଳନା କରିଥିବା ବେଳେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ଷଡଙ୍ଗୀ, ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନିଗ୍ଧାରାଣୀ ପ୍ରଧାନ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ.

LEAVE A REPLY

Please enter your comment!
Please enter your name here