ପିପିଲି ଗଣଦୁଷ୍କର୍ମ ପୀଡିତା ବେବିନାଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ମହିଳା ମୋର୍ଚ୍ଚା ଆରମ୍ଭ କରିବ ଚୁଡି ଅଭିଯାନ. ବୁଧବାର ନବୀନ ନିବାସ ଘେରାଉ କରିବାକୁ ଗଲାବେଳେ ପୋଲିସ ମହିଳା ମୋର୍ଚ୍ଚା କର୍ମୀଙ୍କୁ ଶିଶୁଭବନ ଛକରେ ଅଟକାଇଥିଲା. ସେଠାରେ ପୋଲିସ ସହ ଧସ୍ତାଧସ୍ତି ପରେ ମୋର୍ଚ୍ଚା କର୍ମୀଙ୍କୁ ପୋଲିସ ଅଟକ ରଖିଥିଲା. ବେବିନା ପ୍ରସଙ୍ଗରେ ଆଜି ମହିଳା କଂଗ୍ରେସ ବିକ୍ଷୋଭ କରିଥିବା ବେଳେ ବିଜେପି ମହିଳା ମୋର୍ଚ୍ଚା ଆସନ୍ତା ଦଶ ତାରିଖରେ ପୁଣି ନବୀନ ନିବାସ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି. ତେବେ ତା ପୂର୍ବରୁ ମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପୀ ଚୁଡି ଅଭିଯାନ ଆରମ୍ଭ କରାଯିବ ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା କହିଛନ୍ତି.

LEAVE A REPLY

Please enter your comment!
Please enter your name here