ପିପିଲି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛି କଂଗ୍ରେସ । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ପିପିଲି ଗଣଦୁର୍ଷ୍କମ ପିଡୀତାଙ୍କ ପ୍ରତି ହୋଇଥିବା ଅବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି । ମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ଇସ୍ତଫା ପିଡୀତାଙ୍କୁ ନ୍ୟାୟ ଦେବାପାଇଁ ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି । ଏହି ମାମଲାର ତଦନ୍ତ କରୁଥିବା ଜଷ୍ଟିସ ପିକେ ମହାନ୍ତି କମିଶନ ୨୦୧୬ ମସିହାରୁ ତାଙ୍କ ରିପୋର୍ଟ ଦେଇ ସାରିଥିଲେ ମଧ୍ୟ କଣ ପାଇଁ ସାର୍ବଜନୀନ ହୋଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ଠିକ ଭାବରେ ହୋଇନଥିବାରୁ ଅଭିଯୁକ୍ତ ନିଦେ୍ର୍ଦାଶରେ ଖଲାସ ହେଲା ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here