ସିବିଆଇର ପୂର୍ବ ନିର୍ଦ୍ଦେଶକ ପଦରୁ ବର୍ମା ହଟିବା ପରେ ନୂଆ ପଦ ଗ୍ରହଣ କରିବାକୁ ସେ ମନା କରିଦେଇଥିଲେ. ତେବେ ଶୁକ୍ରବାର ସେ ପଦରୁ ଇସ୍ତଫା ଦେଇଛନ୍ତି. ବର୍ମାଙ୍କ ସିବିଆଇ ନିର୍ଦ୍ଦେଶକ ପଦରୁ ଇସ୍ତଫା ପରେ ତାଙ୍କ ସ୍ଥାନ ବର୍ତ୍ତମାନ କାହାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଏବଂ ତଲାସ ମଧ୍ୟ ଆରମ୍ଭ ହୋଇଯାଇଛି. ତେବେ ନିୟମ ଅନୁସାରେ, ସିବିଆଇ ନିର୍ଦ୍ଦେଶକଙ୍କ ଅବସର ହେବା 1 ମାସ ପୂର୍ବରୁ ଏହା କରାଯାଏ. ଏଥିପାଇଁ ସିଭିସି 10 ଜଣିଆ ଅଧିକାରୀଙ୍କ ଏକ ପ୍ୟାନେଲ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ 1983,1984 ଓ 1985 ବ୍ୟାଚର ଅଧିକାରୀ ସାମିଲ ଅଛନ୍ତି. ଲିଷ୍ଟରେ ନୀରା ମିତ୍ରାଙ୍କ ସହ ଉତ୍ତରପ୍ରଦେଶ କ୍ୟାଡେରର ରାଜୀବ ରାୟ ଭଟ୍ଟନାଗରଙ୍କ ନାଁ ମଧ୍ୟ ସାମିଲ ଅଛି. ଭଟ୍ଟନାଗର ବର୍ତ୍ତମାନ ସିଆରପିଏଫର ଜେନେରାଲ ଡାଇରେକ୍ଟର ରୂପେ କାର୍ଯ୍ୟରତ ଅଛନ୍ତି. ଉତ୍ତରପ୍ରଦେଶ କ୍ୟାଡରର 1984 ମସିହା ବ୍ୟାଚର ଅଧିକାରୀ ରଜନୀକାନ୍ତ ମିଶ୍ର ମଧ୍ୟ ସିଭିସି ଲିଷ୍ଟରେ ନିଜ ଜାଗା ବନାଇପାରିଛନ୍ତି. ମିଶ୍ର ବର୍ତ୍ତମାନ ବିଏସଏଫର ଜେନେରାଲ ଡାଇରେକ୍ଟର ରୂପେ କାର୍ଯ୍ୟ କରୁଛନ୍ତି. ଏହାଛଡା 1984ର ଆସାମ-ମେଘାଳୟ କ୍ୟାଡରର ୱାଇସି ମୋଦିଙ୍କ ନାମ ମଧ୍ୟ ସିବିଆଇ ନିର୍ଦ୍ଦେଶକ ପାଇଁ ରହିଛି. ତେବେ ଏମାନଙ୍କ ମଧ୍ୟରୁ କିଏ ସିବିଆଇର ନିର୍ଦ୍ଦେଶକ ପଦ ପାଇବେ ତାକୁ ଅପେକ୍ଷା ରହିଲା.

LEAVE A REPLY

Please enter your comment!
Please enter your name here