11 ବର୍ଷର ନାବାଳକ ଚନ୍ଦନ ମହାକୁଡ ଖେଳୁଥିବା ସମୟରେ ଛାତିରେ ଲୁହା ରଡ୍ ପଶିଯାଇଛି. ଫଳରେ ଗୁରୁତର ଅବସ୍ଥାରେ ତାକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି. ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଡିମ୍ବୋ ଗାଁର ନନ୍ଦକିଶୋର ମହାକୁଡ, ଯିଏ ପେଶାରେ ଜଣେ ଅଟୋ ଡ୍ରାଇଭର, ତାଙ୍କ ବଡ ପୁଅ ଚନ୍ଦନ ମହାକୁଡ ଗତ କାଲି 5ଟା ସମୟରେ ଘର ନିକଟରେ ଥିବା 4-5 ଫିଟର ଆଇରନ ରଡ୍ ରେ ଖେଳୁଥିଲା. ମାତ୍ର ଦୁର୍ଭାଗ୍ୟବଶତଃ ସେ ପଡିଯିବାରୁ ତା ଛାତିରେ ଲୁହା ରଡ୍ ପଶିଯାଇଥିଲା. ପରେ ଚନ୍ଦନଙ୍କ ବାପା ମା’ ବାହାରକୁ ଆସି ଦେଖିଲା ବେଳକୁ ପୁଅ ଯନ୍ତ୍ରଣାରେ ଛଟପଟ ହେଉଥିଲା. ପରେ ସାଙ୍ଗେ ସାଙ୍ଗେ ତାକୁ ନେଇ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ.