ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଗୁଇନ୍ଦା ସୁତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ମାଓବାଦୀଙ୍କ ଶିବିର ଉପରେ ଚଢାଉ କରିଥିଲେ । କେକେବିଏନ ସଙ୍ଗଠନରେ ମାଓବାଦୀ ଏକାଠି ହୋଇଥିବା ଖବର ମିଳିଥିଲା । ଚଢାଉ ବେଳେ ଉଭୟଙ୍କ ଭିତରେ ଦୀର୍ଘ ସମୟ ଧରି ପ୍ରଚଣ୍ଡ ଗୁଳିବିନିମୟ ହୋଇଥିଲା । ଗୁଳିବିନିମୟରେ ୨ ଜଣ ଏସଓଜି ଯବାନ ଗୁରୁତର ହୋଇଛନ୍ତି । ୨ ଯବାନଙ୍କ ଅବସ୍ଥା ସ୍ଥିର ଥିବା ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ସୂଚନା ଦେଇଛନ୍ତି ।

ଦୁଇ ଜିଲ୍ଲା ସୀମାନ୍ତ ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଏହି ଗୁଳି ବିନିମୟ ହୋଇଥିଲା । ୮ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ଚାଲିଥିଲା । ମାଓବାଦୀଙ୍କ ଗୁଳିରେ ଦୁଇ ଯବାନ ଗୁରୁତର ହୋଇପଡିଥିବା ବେଳେ ମାଲକାନଗିରି ଗସ୍ତରେ ଥିବା ପୋଲିସ ଡିଜି ଗସ୍ତ ବାତିଲ କରି ଗୁରୁତର ଯବାନଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ବର ଆଣିଥିଲେ । ଦୁଇ ଆହତ ଯବାନଙ୍କୁ ଭୁବନେଶ୍ବର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁଇ ଯବାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ବେଳେ ଆଉ ଜଣଙ୍କର ଛାତିରେ ଗୁଳି ବାଜିଥିବା ସୂଚନା ମିଳିଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦୁଇ ଯବାନଙ୍କ ଚିକିତ୍ସା କରୁଛନ୍ତି । ତେବେ ଜଙ୍ଗଲ ଭିତରେ ହେଲିକପ୍ଟର ଲ୍ୟାଣ୍ଡିଂ କରିବା ଏବଂ ଦୁଇଯବାନଙ୍କୁ ଏୟାରଲିଫ୍ଟିଂ କରିଥିବାରୁ ବିଏସଏପ ପାଇଲଟ ପଣ୍ଡିତଙ୍କୁ ଡିଜିପି ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here